Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଯୁବକଙ୍କୁ ଜବରଦସ୍ତି କାର୍‌ରେ ଉଠାଇନେଲେ ୪ ଯୁବତୀ, ନିଛାଟିଆ ସ୍ଥାନରେ ଗଣଦୁଷ୍କର୍ମ ପରେ ହାତଗୋଡ ବାନ୍ଧି ଫିଙ୍ଗିଦେଲେ…

24/11/2022 at 1:48 PM

ଜଳନ୍ଧର ୨୪।୧୧ : ଯୁବକଙ୍କୁ ଅପହରଣ । ଜଙ୍ଗଲରେ ଦୁଷ୍କର୍ମ କଲେ ଚାରି ଯୁବତୀ । ହଁ ଆଜ୍ଞା ମିଛ ନୁହେଁ, ଏହି କଥାଟି ପୁରା ସତ । ପଞ୍ଜାବ ଜଳନ୍ଧରରୁ ଆସିଛି ଏପରି ଏକ ଅଜବ ଘଟଣା । ଯେଉଁଠି ଜଣେ ଶ୍ରମିକଙ୍କୁ ୪ଜଣ ମହିଳା ଆଖିରେ ରସାୟନିକ ସ୍ପ୍ରେ କରି ଅପହରଣ କଲେ, ତାପରେ ନିଶା ଦେଇ ଜଙ୍ଗଲରେ କରିଲେ ଦୁଷ୍କର୍ମ। ପରେ ଯୁବକକଙ୍କୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଯାଇଛି ।  

ଖବର ଅନୁଯାୟୀ,  ଯୁବକ ଜଣଙ୍କ ନିଜ କାମ ସାରି ଘରକୁ ଫେରୁଥିଲେ । ଏହା ସମୟରେ କପୁରତାଲା ରୋଡ୍‌ ନିକଟରେ ଏକ୍‌ ଆସି ତାଙ୍କ ସାମ୍ନାରେ ଅଟକିଥିଲା । କାର୍‌ରେ ଚାରି ଜଣ ଝିଅ ଥିଲେ । ଯାହାଙ୍କ ବୟସ ୨୦ରୁ ୨୫ ବର୍ଷ ଭିତରେ ହେବ । ଯୁବତୀମାନେ ଏକ କାଗଜରେ ଲେଖାଥିବା ଠିକଣା ସଂପର୍କରେ ଯୁବକଙ୍କୁ ପଚାରିଥିଲେ । ଯୁବକ ଜଣଙ୍କ କାଗଜକୁ ଦେଖିବା ସମୟରେ ସେମାନେ ଆଖିରେ କିଛି ରସାୟନିକ ସ୍ପ୍ରେ କରିଦେଇଥିଲେ । ଫଳରେ ଯୁବକ ଜଣଙ୍କୁ କିଛି ଦେଖାଯାଇନଥିଲା । ହଠାତ୍‌ ଘଟଣାସ୍ଥଳରେ ସେ ମୁର୍ଚ୍ଛା ହୋଇଯାଇଥିଲା । ଏହାପରେ ଯୁବତୀମାନେ ତାଙ୍କୁ କାର୍‌ରେ ଅପହରଣ କରିଥିଲେ । ଏକ ନିଛାଟିଆ ସ୍ଥାନରେ ଯୁବତୀମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ ।  ଏପିରିକି ଜଣଙ୍କ ପରେ ଜଣେ ଯୁବତୀ ତାଙ୍କ ସହ ଯୌନ ସଂପର୍କ ରଖିଥିଲେ । ଏହି ସମୟରେ ତାଙ୍କୁ ମଦ ପିଇବାକୁ ମଧ୍ୟ ବାଧ୍ୟ କରିଥିଲେ ।

ସେପଟେ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ପଞ୍ଜାବ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ହାତକୁ ନେଇଥିବା ଜଣାପଡିଛି । ଏବେ ଯାଏଁ ଘଟଣାରେ କିଛି ଅପଡେଟ୍‌ ଆସିନାହିଁ । ଖାସ୍‌ କରି ଯୁବକଙ୍କୁ ଦୁଷ୍କର୍ମ ନେଇ ଯେଉଁ କଥା ସାମ୍ନାକୁ ଆସୁଛି ।  ଯଦି ଘଟଣା ସତ ହେଲା, ତେବେ ତାହା ଅତ୍ୟନ୍ତ ଭୟଙ୍କର ।

   Related Posts