ବନ୍ଦ ଘରେ ନାବାଳିକାକୁ ୨୨ଦିନ ଧରି ଗଣଦୁଷ୍କର୍ମ, ଭଉଣୀ ଘରୁ ଗାଁକୁ ଫେରୁଥିବା ବେଳେ ଓଏମ୍‌ପି ଛକରୁ ଭୁଲାଇ ନେଇଯାଇଥିଲେ ଦୁର୍ବୃତ୍ତ

Published By : Prameya-News7 Bureau | October 14, 2020 IST

କଟକ ୧୪।୧୦: ଜଣେ ନାବାଳିକାକୁ ୨୨ ଦିନ ଧରି ବନ୍ଦ କୋଠରୀରେ ରଖି ଗଣଦୁଷ୍କର୍ମ ଅଭିଯୋଗ। ଏପରି ଅଭିଯୋଗ ଆସିଛି କଟକ ଗତିରାଉତ ପାଟଣା ଅଞ୍ଚଳରୁ। ନାବାଳିକା ଜଣକୁ ଏକ କୁକୁଡ଼ା ଫାର୍ମରେ ଏକ କୋଠରୀରେ ବନ୍ଦ ରଖି ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସଂପର୍କରେ କଟକ ଚାଇଲ୍ଡ ଲାଇନ୍ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଏତଲା ଦିଆଯାଇଛି। 

{"id":344005,"sizeSlug":"large"}

ଏତଲା ଅନୁସାରେ ନାଵାଳିକା ଜଣକ କଟକରେ ନିଜ ଭଉଣୀ ଭିଣୋଇଙ୍କ ପାଖରେ ରହୁଥିଲେ। ମାତ୍ର ପରିଵାରରେ ଅଶାନ୍ତି ପାଇଁ ନାଵାଳିକାଙ୍କ ଭଉଣୀ ତାଙ୍କୁ ନିଜ ଘରକୁ ଚାଲିଯିଵା ପାଇଁ କହିଥିଲେ। ପ୍ରାୟ ୨୩ଦିନ ତଳେ ନିଜ ଘରକୁ ଯିବା ପାଇଁ ଝିଅଟି  ଓଏମ୍‌ପି ଛକରେ ଠିଆ ହୋଇଥିବା ଵେଳେ ଲିଫ୍ଟ ଦେଵା ଵାହାନାରେ ଜଣେ ଯୁଵକ ତାଙ୍କୁ ଵାଇକରେ ଗତିରାଉତପାଟଣାରେ ଥିବା ଏକ କୁକୁଡ଼ା ଫର୍ମକୁ ନେଇଯାଇଥିଲେ। 

ସେଠାରେ ୨୨ଦିନ କାଳ ଝିଅଟିକୁ ଵନ୍ଦ କୋଠରୀ ଭିତରେ ରଖି ଗଣଵଳାତ୍କାର କରାଯାଇଛି ଵୋଲି କଟକ ଚାଇଲ୍ଡ ଓ୍ବେଲଫେୟାର କମିଟି ଆଗରେ ଝିଅଟି ଵୟାନ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।  ଝିଅଟିର ଵୟାନ ଅନୁସାରେ ସେ କୌଶଳକ୍ରମେ କୁକୁଡ଼ା ଫାର୍ମରୁ ଖସି ଆସି ଗତିରାଉତପାଟଣା ଛକ ନିକଟରେ ଵସିଥିଲା ଓ ୧୦ତାରିଖ ରାତିରେ ଚାଉଳିଆଗଞ ପୋଲିସ ତାଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.