ବଡବିଲ ୦୧।୧୧ : ପୁଣି ଲଜ୍ଜା । ୫ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ରୋଇଡ଼ାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ଯୁବକକୁ ଅଟକ ରଖି ଅଧିକ ତଦନ୍ତ କରୁଛି ରୁଗୁଡ଼ି ଥାନା ପୋଲିସ୍ ।
ଖବର ଅନୁଯାୟୀ, ସୋମବାର ଅପରାହ୍ନରେ ପୀଡ଼ିତା ଶିଶୁ କନ୍ୟା ଜଣକ ଟିଉସନ୍ ଯାଉଥିଲେ । ଏହି ସମୟରେ ପାଖରେ ରହୁଥିବା ଅଭିଯୁକ୍ତ ସଚିନ ତାକୁ ନିଜ ଘରକୁ ଡାକିନେଇ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତା ଶିଶୁକନ୍ୟା ଆହତ ହୋଇଥିବା ଜଣାପଡ଼ିବା ପରେ ସନ୍ଧ୍ୟାରେ ତାଙ୍କୁ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଜଣାପଡ଼ିଛି।