ଗୋଟିଏ ମନ୍ଦିରରେ ଦୁଇ ପ୍ରେମିକାଙ୍କୁ ବିବାହ କରିଥିଲେ ଯୁବକ : ଜଣଙ୍କ ସହ ଫେରାର, ଅନ୍ୟ ଜଣେ ଆଣିଲେ ଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | March 08, 2020 IST

ପ୍ରୟାଗରାଜ ୮।୩: ଜଣେ ଯୁବକ ଦୁଇ ଯୁବତୀଙ୍କୁ ମନ୍ଦିରରେ ସିନ୍ଦୁର ଦେଇ ବିବାହ କରିଥିଲେ । ବିବାହ କରିବାର ଗୋଟିଏ ଦିନ ପରେ ଯୁବକ ଜଣଙ୍କ ସେମାନଙ୍କ ମଧ୍ୟରୁ ଜଣକୁ ଛାଡି ଅନ୍ୟ ଜଣଙ୍କୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଏହି କାରନାମା ଦେଖି ଅନ୍ୟ ଜଣେ ଯୁବତୀ ଶୁକ୍ରବାର ଦିନ ପୋଲିସ ଷ୍ଟେସନରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଛନ୍ତି। ଏଭଳି ସମ୍ବେଦନଶୀଳ ମାମଲା ଉତ୍ତରପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ଦେଖିବାକୁ ମିଳିଛି ।

{"id":234784,"sizeSlug":"large"}

ଗତ ସୋମବାର ଦିନ ଜଣେ ଯୁବକ ତାଙ୍କର ନୂଆ ପ୍ରେମିକାଙ୍କୁ ବିବାହ କରିବା ପାଇଁ ମନ୍ଦିରରେ ପହଞ୍ଚିଥିଲେ । ତା’ପରେ ତାଙ୍କର ପୁରୁଣା ପ୍ରେମିକା ମଧ୍ୟ ସେଠାରେ ପହଞ୍ଚିଥିଲେ । ଯେତେବେଳେ ସେଠାରେ ଉଭୟ ପ୍ରେମିକାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଯୁବକ ଜଣଙ୍କ ଉଭୟଙ୍କ ମଥାରେ ସିନ୍ଦୁର ଦେଇ ଉଭୟଙ୍କୁ ବିବାହ କରିଥିଲେ । ଏଭଳି ଅନନ୍ୟ ବିବାହର ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ଭାଇରାଲ ହୋଇଥିଲା |

{"id":234785,"sizeSlug":"large"}

ଯୁବକ ଜଣଙ୍କ ତାଙ୍କ ପୁରୁଣା ପ୍ରେମିକାଙ୍କୁ ଛାଡି ଅନ୍ୟ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ତେବେ ବିବାହ ପୂର୍ବରୁ ସଂପୃକ୍ତ ଯୁବକଙ୍କର ପୁରୁଣା ପ୍ରେମିକା ତାଙ୍କୁ ଧମକ ଦେଇଥିଲା ଯେ, ଯଦି ସେ ତାଙ୍କୁ ବିବାହ ନକରନ୍ତି ତେବେ ସେ ବିଷ ଖାଇ ଆତ୍ମହତ୍ୟା କରିବେ । ଯେତେବେଳେ ଏ କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଲା ସେତେବେଳେ ଯୁବକ ଜଣଙ୍କ ତାଙ୍କୁ ଚାପୁଡା ମାରିଥିଲେ।

{"id":234786,"sizeSlug":"large"}

ଯୁବତୀ ଜଣଙ୍କ ପୋଲିସ ନିକଟରେ ଏହାର ଅଭିଯୋଗ କରିଥିଲେ। ଅଭିଯୋଗ ପରେ କିଛି ଦିନ ପୂର୍ବରୁ ପ୍ରେମିକାଙ୍କୁ ଚାପୁଡା ମାରିବା ଅଭିଯୋଗରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଗିରଫ କରିଥିଲା ।

{"id":234787,"sizeSlug":"large"}

ଏହାପରେ ସୋମବାର ଦିନ ଯେତେବେଳେ ଯୁବକ ଜଣଙ୍କ ତାଙ୍କ ନୂଆ ପ୍ରେମିକାଙ୍କୁ ବିବାହ କରିବାକୁ ଆସିଥିଲା, ସେତେବେଳେ ପୁରୁଣା ପ୍ରେମିକା ମଧ୍ୟ ସେଠାରେ ପହଞ୍ଚିଥିଲେ । ଯାହା ଫଳରେ ସେଠାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଯୁବକ ଜଣଙ୍କ ତାଙ୍କର ଦୁଇ ପ୍ରେମିକାଙ୍କୁ ସିନ୍ଦୁର ଏବଂ ମଙ୍ଗଳସୂତ୍ର ପିନ୍ଧାଇ ବିବାହ କରିଥିଲେ । ବିବାହରେ ଉପସ୍ଥିତ ଥିବା ଲୋକମାନେ ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ କରିଥିଲେ। ବିବାହର ଗୋଟିଏ ଦିନ ପରେ ଯୁବକ ଜଣଙ୍କ ନୂଆ ପ୍ରେମିକାଙ୍କୁ ନେଇ ଫେରାର ହୋଇଯାଇଛନ୍ତି । ପୁରୁଣା ପ୍ରେମିକା ତାଙ୍କୁ ନପାଇ ଶୁକ୍ରବାର ଦିନ କର୍ଣ୍ଣଲଗଞ୍ଜ ଥାନାରେ ଫେରାର ଯୁବକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.