ସ୍କୁଲ ପରିଦର୍ଶନ କରି ଆସିଥିବା ବେଳେ ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଏବିଇଓ ଥାନାରେ ଅଟକ
23/06/2022 at 7:48 PM

ପଟ୍ଟାମୁଣ୍ଡାଇ, ୨୩/୦୬: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ । ଏନେଇ ଏବିଇଓ ସୁବାଷ ମହାନ୍ତି ରାଜନଗର ଥାନାରେ ଅଟକ । ଏବିଇଓ ସୁବାଷ ମହାନ୍ତି ବିଦ୍ୟାଳୟକୁ ପରିଦର୍ଶନ କରିବାକୁ ଯାଇଥିଲେ । ଏକୁଟିଆ ଦେଖି ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରାଜନଗର ଥାନାରେ ଏନେଇ ଏତଲା ପରେ ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ ରାଜନଗର ଅଞ୍ଚଳର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ପାଠ ପଢ଼ୁଥିଲା । ତେବେ ଗତକାଲି ଖାଇବା ଛୁଟିରେ ଶ୍ରେଣୀ ଗୃହରେ ନିଜ ପାଠ କରୁଥିବା ସମୟରେ ଏବିଇଓ ସୁବାଷ ମହାନ୍ତି ନାବାଳିକାକୁ ଏକୁଟିଆ ଦେଖି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ନାବାଳିକାର ମାଆ । ଅନ୍ୟପଟେ ଅଭିଯୋଗ ପରେ ଏବିଇଓ ସୁବାଷ ମହାନ୍ତିକୁ ଅଟକ ରଖିଛି ରାଜନଗର ପୋଲିସ । ଏବିଇଓ ଉକ୍ତ ବିଦ୍ୟାଳୟରେ ପୂର୍ବରୁ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ ବୋଲି ଜଣାପଡ଼ିଛି ।