ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲା ଦୁଷ୍କର୍ମ ଅଭିଯୁକ୍ତ

Published By : Prameya-News7 Bureau | August 31, 2022 IST

ଫୁଲବାଣୀ ୩୧।୮: ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହେଲା ଦୁଷ୍କର୍ମ ଅଭିଯୁକ୍ତ । ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସ୍ମୃତିଲେଖା ବାରିକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଘଟଣାର ୧୨ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ମାମଲାର ଅଭିଯୁକ୍ତ ବାଦଲ ଦିଗାଲକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତଙ୍କ ପକ୍ଷରୁ ମାମଲାକୁ ବରିଷ୍ଠ ଆଇନଜୀବୀ ଭଗବାନ ମହାନ୍ତି ପରିଚାଳନା କରୁଥିଲେ ।

ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ବାଦଲ ଦିଗାଲ ପୀଡିତାଙ୍କ ପଡ଼ୋଶୀ ଭାବେ ଭଡା ନେଇ ରହୁଥିଲା । ରହିବାର କିଛି ଦିନ ପରେ ପୀଡିତାଙ୍କ ଘରେ ବିଶ୍ୱାସ ଜନ୍ମାଇ ପୀଡିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପାପ ସମ୍ପର୍କ ରଖିଥିଲା । ଅଭିଯୁକ୍ତର ମାର୍ଚ୍ଚ ୨୯ରେ ଯୁକ୍ତ ଦୁଇ ପରୀକ୍ଷା ସରିଯିବା ପରେ ପୀଡିତାଙ୍କ ସହ ଝଗଡ଼ା କରି ପଳାଇଥିଲା । ୪-୫ ମାସ ପରେ ପୀଡିତା ଯୋଗାଯୋଗ କରିବାରୁ ସେ ତାଙ୍କୁ ଜାଣିନାହାନ୍ତି ବୋଲି କହିଥିଲା । ଏହାସହ ମାରିଦେବାକୁ ଧମକ ଦେଇଥିଲା ବୋଲି ଫୁଲବାଣୀ ସଦର ଥାନାରେ ପୀଡିତା ଲିଖିତ ଏତଲା ଦେଇଥିଲେ । ଅଭିଯୋଗ ଅନୁସାରେ ପୋଲିସ ୧୦୦/୨୦୧୬ ପୋସ୍କୋ ଆଇନ ଅନୁସାରେ ଏକ ମାମଲା ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା । ସେହି ମାମଲାର ବିଚାର କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.