ସମ୍ପର୍କରେ କଳଙ୍କ ଛିଟା, ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁର ଦୁଷ୍କର୍ମ ! ଥାନାରେ ଏତଲା

Published By : Prameya-News7 Bureau | February 25, 2021 IST

ଆଠଗଡ଼ ୨୫।୦୨: କମୁନି ଗଣଦୁଷ୍କର୍ମ ଘଟଣା । ପ୍ରତିଦିନ ଏପରି ଅନେକ ଘଟଣା ସାମ୍ନାକୁ ଆସୁଛି । ଏବେ କଟକ ଜିଲ୍ଲା ବଡ଼ମ୍ବା ଥାନା ଅଞ୍ଚଳରୁ ଆସିଛି । ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । ତାହା ପୁଣି ନିଜ ସଂପର୍କୀୟ ମାମଁଙ୍କ ନାମରେ ।

ଖବର ଅନୁଯାୟୀ, ବଡ଼ମ୍ବା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଝିଅକୁ ସମ୍ପର୍କୀୟ ମାମୁଁ ଦୁଷ୍କର୍ମ କରିଥିବା ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି ଦିବ୍ୟାଙ୍ଗ ମହିଳାଙ୍କ ଭାଉଜ ।  ଘରେ ଏକୁଟିଆ ଥିବାର ସୁଯୋଗ ନେଇ ସମ୍ପର୍କୀୟ ମାମୁଁ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ। ଏ ସମ୍ପର୍କରେ ପୀଡ଼ିତାଙ୍କ ଭାଉଜ ବଡମ୍ବା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ବଡମ୍ବା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ସେହିପରି ପୋଲିସ ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ବଡମ୍ବା  ଡାକ୍ତରଖାନାକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.