ଡକାୟତି ଯୋଜନା ବେଳେ ମାଡି ବସିଲା ପୁଲିସ, ୫ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | October 28, 2022 IST

ପୁରୀ: ଡକାୟତି ଯୋଜନା ବେଳେ ମାଡି ବସିଲା ପୁଲିସ। ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ମାରଣାସ୍ତ୍ର, ଗୋଟିଏ ଅଟୋ ଓ ଦୁଇଟି ମୋଟର ସାଇକେଲ ଜବତ କରିଛି ପୁରୀ ତାଳବଣିଆ ଥାନା ପୁଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ ଷ୍ଟେସନ ରୋଡର ଜଗନ୍ନାଥ ବେହେରା, ବାଲି ଉପର ଅଞ୍ଚଳର ଗଙ୍ଗାଧର ପ୍ରଧାନ, ରଞ୍ଜନ କୁମାର ଦାସ, ସିଦ୍ଧମହାବୀର ଅଞ୍ଚଳର ପ୍ରଭୁପ୍ରସାଦ ଛୋଟରାୟ ଏବଂ କାଳିକା ଦେବୀ ସାହିର ମିଥୁନ କୁମାର ପୃଷ୍ଟି।

ସୂଚନା ଅନୁଯାୟୀ, ଅଭିଯୁକ୍ତ ମାନେ ଲେକ୍ଚର କଲୋନୀ ପାଖରେ ଏକତ୍ରିତ ହୋଇ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିଲେ। ଖବର ପାଇ ଘଟଣାସ୍ଥଳରେ ତାଳବଣିଆ ଥାନା ପୋଲିସ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି ତାଳବଣିଆ ଥାନା ଆଇଆଇସି ସୁଜାତା ବେହେରା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.