vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ରାଷ୍ଟ୍ରପତି ନିର୍ବାଚନ ସମୟରେ  ୨୦୦୦ ମସିହାର ଫଟୋ ଭାଇରାଲ୍, ନବୀନଙ୍କୁ ରାକ୍ଷୀ ବାନ୍ଧୁଛନ୍ତି ଦ୍ରୌପଦୀ

23/06/2022 at 9:50 PM

ଭୁବନେଶ୍ଵର: ଓଡିଆ ଝିଅ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରିଛି ଶାସକ ଭାରତୀୟ ଜନତା ପାର୍ଟି। ରାଷ୍ଟ୍ରପତି ନିର୍ବାଚନରେ ମୁର୍ମୁଙ୍କ ବିଜୟ ସମ୍ଭାବନା ଅଧିକ ରହିଛି। ଦ୍ରୌପଦୀଙ୍କ ପ୍ରାର୍ଥୀତ୍ଵକୁ ଖୋଲା ହୃଦୟରେ ସମର୍ଥନ କରିଛି ଶାସକ ବିଜୁ ଜନତା ଦଳ। ଏପରିକି ଦଳ ପ୍ରସ୍ତାବକ ସାଜିବ ବୋଲି କହିଛି। ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦ୍ରୌପଦୀ ମୁର୍ମୁଙ୍କ ଏକ ପୁରୁଣା ଫଟୋ ସାମ୍ନାକୁ ଆସିଛି। ଏହି ଫଟୋ ହେଉଛି ରକ୍ଷାବନ୍ଧନର। ଫଟୋ ୨୦୦୦ ମସିହାରେ ଇଣ୍ଡିଆ ଟୁଡେରେ ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟ, ୨୦୦୦ ମସିହାରେ ପ୍ରଥମ ବିଧାନସଭା ନିର୍ବାଚନ ରାଇରଙ୍ଗପୁରରୁ ଜିତିଥିଲେ ମୁର୍ମୁ।  ରାଜ୍ୟରେ ବିଜେଡି ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ପରେ ତାଙ୍କୁ ମତ୍ସ୍ୟ ଓ ପଶୁପାଳନ ବିଭାଗ ଦାୟିତ୍ଵ ନ୍ୟସ୍ତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ଏବଂ ଦ୍ରୌପଦୀଙ୍କ ମଧ୍ୟରେ ବହୁତ ଭଲ ସଂପର୍କ ରହିଛି। ଦ୍ରୌପଦୀ ମୁର୍ମୁ ନବୀନ ପଟ୍ଟନାୟକଙ୍କୁ ସର୍ବଦା ବଡ ଭାଇର ସମ୍ମାନ ଦେଇ ଆସିଛନ୍ତି।

ରାଷ୍ଟ୍ରପତି ନିର୍ବାଚନ ସମୟରେ ଦୈନିକ ଇଂରାଜୀ ଖବର କାଗଜ ଇଣ୍ଡିଆ ଟୁଡେରେ ୨୦୦୦ ମସିହାରେ ଏକ ଫଟୋ ପ୍ରକାଶ ପାଇଥିଲା। ସେଥିରେ ମୁର୍ମୁ ନବୀନଙ୍କୁ ରାକ୍ଷୀ ବାନ୍ଧୁଛନ୍ତି। ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ଏହି ଫଟୋ ସଂପ୍ରତି ଭାଇରାଲ୍ ହୋଇଛି।  ସୂଚନାଯୋଗ୍ୟ ନବୀନ ବିଜେପିକୁ ପ୍ରସ୍ତାବ ଦେଇଥିଲେ, ଯଦି ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ କରେ ତେବେ ବିଜେଡି ପୂର୍ଣ୍ଣ ସମର୍ଥନ ଦେବ।

ବିଜେପି ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ମାତ୍ରେ ବିଜେଡି ଏହାକୁ ସ୍ଵାଗତ କରିଥିଲା। ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଗୁଡିକ ପକ୍ଷରୁ ପ୍ରାର୍ଥୀ ଘୋଷିତ ଯଶଓ୍ଵନ୍ତ ସିହ୍ନାଙ୍କଠୁ ଢେର ଆଗରେ ରହିଛନ୍ତି ଦ୍ରୌପଦୀ ମୁର୍ମୁ। ତେବେ ବିଜେଡି ଏବଂ ଆନ୍ଧ୍ର ପ୍ରଦେଶର ଶାସକ ଦଳ ଓ୍ଵାଇଏସଆର ସମର୍ଥନ ମିଳିଲେ ଦ୍ରୌପଦୀଙ୍କ ବିଜୟ ସୁନିଶ୍ଚିତ ହୋଇଯିବ।

   Related Posts