କଣ୍ଟାବାଞ୍ଜି୮/୫: କରୋନା ଭୁତାଣୁ ଯୋଗୁଁ ବର୍ତ୍ତମାନ ଚାରିଆଡେ ଲକ ଡାଉନ୍ ଘୋଷଣା କରଛନ୍ତି ସରକାର। ଲକ ଡାଉନ ସମୟରେ ସରକାର ମଦ ଦୋକାନକୁ ବନ୍ଦ କରିଛନ୍ତି । ଏହି ସମୟରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତଥା ଆଖପାଖ ଅଞ୍ଚଳରେ ଅବକାରି ବିଭାଗ ସହଯୋଗର ମଦ ବ୍ୟବସାୟୀମାନେ ଆରମରେ ବ୍ୟବସାୟ କରୁଛନ୍ତି । ବ୍ୟବସାୟିମାନେ ୩ ଗୁଣା ଅଧିକ ଦାମରେ ଏମଡ଼ି ବିକ୍ରି କରୁଛନ୍ତି । ପ୍ରଶାସନ ପକ୍ଷରୁ ସିଲ ଥିବା ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ମଦ ବିକ୍ରି କରିବାକୁ ଛୋଟିଆ ବ୍ୟବସାୟିଙ୍କୁ ସହଯୋଗ କରୁଛି । ରାତି ସମୟରେ ଦୋକାନର ସିଲ ଭାଙ୍ଗି ମଦ ଦେଉଛି। ଏଭଳି ଅଭିଯୋଗ ଆଣିଛନ୍ତି କଂଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ।
କିଛି ଦିନ ତଳେ କଂଟାବାଞ୍ଜି ସହରରେ ବିଳମ୍ବିତ ରାତି ପୋଲିସ ଏକ ଘରରେ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରି ଜଣକୁ ଗିରଫ କରିଥିଲା । ତଦନ୍ତ ପରେ ଜଣା ପଡିଲା ଯେ ଏ ସହରରେ ଥିବା ରାଜେଶ କୁମାର ଅଗ୍ରବାଲଙ୍କ ନାଁ ରେ ଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ଦୋକାନରୁ ମଦ ଆସିଥିଲା। ତେଣୁ ସେହି ମଦ ଦୋକାନର ମ୍ୟାନେଜରକୁ ମଧ୍ୟ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅବକାରି ବିଭାଗ ମଦ ବ୍ୟବସାୟୀ ସହଯୋଗ ନକଲେ ସେମାନେ ଏହି କାରବାର କରିବା ପାଇଁ ସାହସ କେମିତି କରିବେ । ନିଶ୍ଚିତ ଭାବେ ଅବକାରି ବିଭାଗ ସେମାନଙ୍କ ମିସିଛି । ଏହା ସହ ଗାଁ ଗାଁ ରେ ଅପମିଶ୍ରିତ ମଦ ତିଆରି କରାଯାଇ ବିକ୍ରି କରାଯାଉଛି । ତୁରନ୍ତ ରାଜ୍ୟ ସରକାର ଏହି ସବୁ ଦିଗ ଉପରେ ଧ୍ୟାନ ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଶ୍ରୀ ସାଲୁଜା ।