ଲଗାଣ ବର୍ଷାରେ ବିଭିନ୍ନ ଘାଟିରୁ ଖସୁଛି ମାଟି ଅତଡ଼ା, ଯାତାୟତ ବାଧାପ୍ରାପ୍ତ

Published By : Prameya-News7 Bureau | August 09, 2022 IST

ଫୁଲବାଣୀ,୦୯/୦୮: ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଏବେ ଜିଲ୍ଲାରେ ଥିବା ବିଭିନ୍ନ ଘାଟୀରୁ ମାଟି ଅତଡ଼ା ସହ ବଡ଼ବଡ଼ ପଥର ମାନ ଖସୁଛି l ଫଳରେ ଗାଡିମଟର ଯା ଆସ କରିବାରେ ବାଧା ସୃଷ୍ଟି ହେଉଛି l ଜିଲ୍ଲାର ସବୁଠୁ ବଡ଼ଘାଟି ବ୍ରହ୍ମପୁର ଯିବା ରାସ୍ତାରେ ରହିଛି । ଏହା କଳିଙ୍ଗା ଘାଟି । ବୌଦ୍ଧ ଯିବା ରାସ୍ତାରେ ରାଣୀପଥର, ଭୁବେନେଶ୍ୱର ରାସ୍ତାରେ ମାଧପୁର, ଘାଟି ସମେତ କୁଡୁକି, ତୁମୁଡିବନ୍ଧ ଓ ବେଲଘର, ସାରଙ୍ଗଡ଼, ଆଦି ଘାଟିରେ ମାଟି ଅତଡ଼ା ଖସୁଥିବାରୁ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି l

ଏ ସବୁ ସଫା କରିବାରେ ବିଳମ୍ବ ହେଉଛି । ବିଭିନ୍ନ ସମୟରେ ଦୂର୍ଘଟଣା ମାନ ଘଟୁଛି l ମଙ୍ଗଳବାର ଅପରାହ୍ନରେ ଫୁଲବାଣୀ ବୌଦ୍ଧ ରାସ୍ତାର ରାଣୀପଥର ଘାଟି ଅଞ୍ଚଳରେ ପାହାଡ଼ ଉପରୁ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି l ଏବେ ରାସ୍ତା ସଫା କରାଯିବା ଲାଗି ଉଦ୍ୟମ କରାଯାଉଥିବା ଜଣାପଡିଛି l
ଗାଡି ମଟର ଚାଳକ ମାନେ ସତର୍କତା ଅବଲମ୍ବନ କରି ଗାଡି ଚଳାଇବା ପାଇଁ ପରିବହନ ବିଭାଗ ଆରଟି ଓ ଗତିକୃଷ୍ଣ ସାମନ୍ତରାୟ ପରାମର୍ଶ ଦେଇଛନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.