ଜନତା କର୍ଫ୍ୟୁ ସମୟରେ ସ୍ମୃତି ଇରାନୀ ଆରମ୍ଭ କଲେ ଟ୍ୱିଟର ଅନ୍ତାକ୍ଷରୀ : ଅଂଶ ଗ୍ରହଣ କଲେ ହଜାର ହଜାର ୟୁଜର

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ ୨୨/୦୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲକୁ ସମର୍ଥନ କରି ଆଜି ସାରା ଦେଶ ଜନତା କର୍ଫ୍ୟୁ ପାଳନ କରୁଛି | କରୋନା ସଂକ୍ରମଣକୁ ବ୍ୟାପିବାରେ ରୋକିବା ପାଇଁ ମୋଦି ଏହିଭଳି ଏକ ପଦକ୍ଷେପ ନେଇଛନ୍ତି | ମୋଦିଙ୍କ ଅପିଲକୁ ସମ୍ମାନ ଜଣାଇ ଲୋକେ ନିଜ ନିଜ ଘରେ ବନ୍ଦ ହୋଇ ଅଛନ୍ତି | ଲୋକେ ନିଜ ଘରେ ବସି କାମ କରୁଛନ୍ତି | ଲୋକେ ନିଜ ମନ ମୁତାବକ ଘରେ ବସି କାମ କରୁଛନ୍ତି | କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଘରେ ବସି ଅନ୍ତାକ୍ଷରୀ ଆରମ୍ଭ କରିଦେଇଛନ୍ତି | ସ୍ମୃତିଙ୍କ ଅନ୍ତାକ୍ଷରୀରେ ଅନେକ ଲୋକ ଅଂଶଗ୍ରହଣ କରିଛନ୍ତି |

ସ୍ମୃତି ଇରାନୀ ଟ୍ୱିଟ କରିଛନ୍ତି, ଦେଶରେ ୧୩୦ କୋଟି ନାଗରିକ ଅଛୁ | ସେଥିପାଇଁ ପରବର୍ତ୍ତୀ ଗୀତ କିଏ ଗାଇବା ତାଙ୍କୁ ଟ୍ୟାଗ କରିବା ମୁସ୍କିଲ | ନିଜ ନିଜ ଇଛାରେ ଗୀତ ଗାଇବା ପାଇଁ ସେ ଲୋକଙ୍କୁ ପ୍ରୋତ୍ସାହିତ କରିଥିଲେ | ସ୍ମୃତିଙ୍କ ଟ୍ୱିଟ ପରେ ଅନେକ ୟୁଜର ତାଙ୍କୁ ଜବାବ ଦେଇଥିଲେ | ଲୋକେ ନିଜ ମନପସନ୍ଦ ଗୀତ ଗାଇଥିଲେ | ଫିଲ୍ମ ନିର୍ଦେଶକ କରନ ଜୋହର ନିଜ ମନପସନ୍ଦ ଗୀତ ଗାଇଥିଲେ | କରନ କହିଛନ୍ତି ଅନ୍ତାକ୍ଷରୀ ତାଙ୍କର ମନପସନ୍ଦ ଖେଳ | ନିଜ ମନପସନ୍ଦ ଗୀତ 'ଲଗ ଜା ଗଲେ' ଗାଇଛନ୍ତି | ଜବାବରେ ସ୍ମୃତି କହିଛନ୍ତି, କରୋନା ସମୟରେ ଲଗ ଜା ଗଲେ ଗୀତ ଗାଇବା ଭୁଲ | ସ୍ମୃତିଙ୍କ ଜବାବରେ ୟୁଜର ମଜା ମଜା କମେଣ୍ଟ କରିଛନ୍ତି | ଅନେକ ୟୁଜର ନିଜ ନିଜ ମନପସନ୍ଦ ଗୀତ ଗାଇ ଅନ୍ତାକ୍ଷରୀରେ ଅଂଶଗ୍ରହଣ କରିଛନ୍ତି | କିଛି ଲୋକ ଗୀତ ଗାଇ ଏହାର ଭିଡିଓ ରେକର୍ଡିଙ୍ଗ କରି ମଧ୍ୟ ପୋଷ୍ଟ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.