ମଣ୍ଡେଇ ଉତ୍ସବ ଚାଲିଥିବା ବେଳେ ହେଲା ବଜ୍ରପାତ, ଦୁଇ ମୃତ, ୩ ଗୁରୁତର
18/05/2022 at 10:25 PM

ନବରଙ୍ଗପୁର, ୧୮/୦୫: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହାଟଭରଣ୍ଡି ପଂଚାୟତର ଜଟିଆରପାରା ଠାରେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହାଟଭରଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମୃତକ ଦ୍ୱୟ ତିଲେଶ ଗଣ୍ଡ (୧୪), ରାଜାରାମ ଗଣ୍ଡ (ଛତିଶଗଡ) ବୋଲି ଜଣାପଡ଼ିଛି ।
ଜଟିଆରପାରାରେ ମଣ୍ଡେଇ ଚାଲିଥିବା ଯୋଗୁଁ ମୋତିଲାଲ ଗଣ୍ଡଙ୍କ ଘରକୁ କିଛି କୁଣିଆ ଆସିଥିଲେ ସନ୍ଧ୍ୟା ସମୟରେ ଘର ନିକଟରେ, ପାଞ୍ଚଜଣ ରାଜାରାମ ଗଣ୍ଡ, ତିଲେଷ ଗଣ୍ଡ, ଲୋକେଶ ଗଣ୍ଡ, ମୁଲେଶ୍ୱରୀ ଗଣ୍ଡ, ମୋତିଲାଲ ଗଣ୍ଡ ଘଟଣା ସ୍ଥଳରେ ବସିଥିବା ସମୟରେ ହଠାତ ବଜ୍ରପାତ ହେବାରୁ ରାଜାରାମ ଗଣ୍ଡ, ତିଲେଷ ଗଣ୍ଡ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଅନ୍ୟ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ହାଟଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।