ଟ୍ରାକ୍ଟରକୁ ଧକ୍କା ଦେଲା ଟ୍ରକ୍ : ୬ ଶ୍ରଦ୍ଧାଳୁ ମୃତ, ୨୦ରୁ ଅଧିକ ଗୁରୁତର
20/08/2022 at 8:03 AM

ନୂଆଦିଲ୍ଲୀ, ୨୦|୦୮: ମର୍ମନ୍ତୁଦ ସଡକ ଦୁର୍ଘଟଣା । ୬ ମୃତ । ୨୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର । ରାଜସ୍ଥାନର ପାଲି ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଏପରି ଅଘଟଣ ଘଟିଛି ।
ସୁନେପୁର ଥାନା ଆଇଆଇସି ରାମେଶ୍ୱର ଭାଟିଙ୍କ କହିବାନୁସାରେ, ଏକ ଟ୍ରାକ୍ଟର କିଛି ଶ୍ରଦ୍ଧାଳୁଙ୍କ ଧରି ରାମଦେବ୍ରରୁ ଫେରୁଥିଲା । ଶ୍ରଦ୍ଧାଳୁମାନେ ଦର୍ଶନ ସାରି ଆସୁଥିବା ବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ସେମାନଙ୍କ ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୬ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ । ଏହାସହ ଅନ୍ୟ ୨୦ ଜଣ ଗୁରୁତର ହୋଇଥିଲେ ।
ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ଏହାପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଗୁରୁତର ଶ୍ରଦ୍ଧାଳୁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହ ମୃତକଙ୍କୁ ପୋଲିସ ପୋଷ୍ଟମଟର୍ମ ପାଇଁ ପଠାଇଥିଲା ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ ନେଇ ଟ୍ୱିଟ୍ କରିଛନ୍ତି । ପିଓମଓ ପକ୍ଷରୁ ମୃତକଙ୍କୁ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ଗୁରୁତରଙ୍କ ଆଶୁଆରୋଗ୍ୟ କାମନା କରାଯାଇଛି ।