ଛତିଆ ରାସ୍ତାର କଡେଇ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୩ ମୃତ

Published By : Prameya-News7 Bureau | May 13, 2023 IST

ଚଣ୍ଡିଖୋଲ ୧୩/୦୫: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ତିନି ଜୀବନ । ଚଣ୍ଡୀଖୋଲ NH 16 ନିକଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ମୃତକ ମାନେ ଧର୍ମଶାଳା ଅଂଚଳର ବୋଲି ଜଣାପଡିଛି ।

ସୂଚନା ଥାଉକି, ବିଳମ୍ୱିତ ରାତିରେ ବାଇକ୍‌କୁ ପିଟିଦେଇଥିଲା ଅଜଣା ଗାଡି । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ସେପଟେ ପୋଲିସ ଖବର ପାଇଁ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.