oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ଗାଡି ଧକ୍କାରେ ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ, ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିଲେ

25/02/2022 at 11:25 AM

ଟିଟଲାଗଡ ୨୫/୦୨: ନିର୍ବାଚନ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଗାଡି ଧକ୍କାରେ ପ୍ରିିଜାଇଡିଂ ଅଫିସରଙ୍କ ମୃତ୍ୟୁ । ମୃତକ ଜଣକ ହେଲେ କୁଆଁରଗାଁ ସ୍କୁଲ ଶିକ୍ଷକ ସୁଦାମ ଚରଣ ପୁରୋହିତ । ଖୋଲାନ ପଞ୍ଚାୟତରେ ପ୍ରିଜାଇଡିଂ ଅଫିସର ଥିଲେ ସୁଦାମ ଚରଣ ପୁରୋହିତ ।

ବାଲାଟ ପେପର ଓ ଭୋଟବାକ୍ସ ଡିପୋଜିଟ କରି ବାଇକରେ ଘରକୁ ଫେରୁଥିବା ବେଳେ ଟିଟିଲାଗଡ଼ନିକଟ ଗୋଏଲଭାଡି ନିକଟରେ ଦୁର୍ଘଟଣା ଘଟିଥିଲା । ଗୋଏଲଭାଡି ଛକ ନିକଟରେ ପୋଲିସ ପୋଲିସ ବସ୍ ହଠାତ ବ୍ରେକ ଦେବାରୁ ବାଇକରେ ଥିବା ପ୍ରିଜାଇଡିଂ ଅଫିସର ପଛରେ ପିଟି ହୋଇଥିଲେ ।

ପୋଲିସ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର ପୋଲିସ ପ୍ରଥମେ ଟିଟିଲାଗଡ ଉପଖଣ୍ଡ ଡାକ୍ତରଖାନା ଓ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଚେକଅପ୍ ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ତେବେ ମୃତ ଶିକ୍ଷକଙ୍କ ପରିବାର ଜଣଙ୍କୁ ସରକାରୀ ଚାକିରୀ ଏବଂ ସହାୟତା ଦାବି କରିଛନ୍ତି ପରିବାର ଲୋକେ ।

   Related Posts