Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ବାଇକ୍‌କୁ ପିଟିଲା ମୋହନା ବିଡିଓଙ୍କ ଗାଡି, ଚାଲିଗଲା ଜୀବନ

21/02/2023 at 1:59 PM

ଗଜପତି ୨୧/୦୨: ଗଜପତି ପାରଳାଖେମୁଣ୍ଡି ଉପଖଣ୍ଡ ଯାଜପୁର ଗ୍ରାମ ନିକଟରେ ସଡକ ଦୁର୍ଘଟଣା । ବାଇକ୍‌କୁ ବୋଲେରୋ ପିଟିବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ଟି.ପ୍ରଭାକର ରାଓ । ସେ ସାତମାଇଲ ଗ୍ରାମର ବୋଲି ଜଣାପଡିଛି । ତେବେ ଦୁର୍ଘଟଣା ଘଟାଇଥିବା ବୋଲେରୋ ଗାଡ଼ିଟି ଗୋଟିଏ ସରକାରୀ ଗାଡି ବୋଲି ଜଣାପଡିଛି । ଗାଡ଼ିଟି ମୋହନା ବିଡ଼ିଓଙ୍କ ବୋଲି ଜଣାପଡିଛି ।

ସୂଚନା ଥାଉକି, ବିଡ଼ିଓ କୌଣସି ସରକାରୀ କାର୍ଯ୍ୟରେ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲେ । ଠିକ୍ ସେତିକି ବେଳେ ବାଇକ ଆରୋହୀ ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିଲେ । ତେବେ ବାଇକ୍ ଆରୋହୀଙ୍କୁ ଓଭରଟେକ୍ କରିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବୋଲେରୋ ଗାଡ଼ିଟିକୁ ପୋଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ପ୍ରଭାକରଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।

   Related Posts