ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
9/12/2022 at 10:26 AM

ଧର୍ମଗଡ ୦୯/୧୨: ଭାରସାମ୍ୟ ହରାଇ ରାସ୍ତା କଡ ଗଛକୁ ପିଟିଲା ମିନିଟ୍ରକ । ଦୁର୍ଘଟଣାରେ ହେଲପରର ମୃତ୍ୟୁ ହେବା ସହ ଡ୍ରାଇଭର ଗୁରୁତର ହୋଇଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ତୁଳପଡା ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନା ଥାଉକି, ଭୁବନେଶ୍ୱରରୁ ନବରଙ୍ଗପୁର ଯାଉଥିଲା ମିନି ଟ୍ରକ୍ । ତେବ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛରେ ପିଟି ହୋଇଥିଲା ମିନି ଟ୍ରକ୍ଟି । ଫଳରେ ଘଟଣାସ୍ଥଳରେ ହିଁ ଗାଡିର ହେଲପରଙ୍କ ମୃତ୍ୟୁ ହୋଇଥିଲା । ତେବେ ଏଥିରେ ଡ୍ରାଇଭର ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Related Posts
କେଉଁ ଧର୍ମକୁ ମାନନ୍ତି ଆର୍ଯ୍ୟନ ଖାନ୍ ? ଖୁଲାସା କଲେ ମା’ ଗୌରୀ
2 February 2023
ନିଶା ଦେଇ ଲୁଟ୍, ଦୁଇଟି ଲୁଟ୍ ଘଟଣାରେ ଦୁଇ ଗୁରୁତର
1 February 2023