Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ହାଇଓ୍ୱାକୁ ଧକ୍କା ଦେଲା ଟ୍ରକ୍‌, ଦୁର୍ଘଟଣା ପରେ ଘଣ୍ଟାଏ ଫସିରହିଲେ ଡ୍ରାଇଭର

18/02/2023 at 9:00 AM

ଭଦ୍ରକ ୧୮/୦୨: ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଗେଲପୁର ଛକରେ ଦୁର୍ଘଟଣା । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗେଲପୁର ଛକରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଡ୍ରାଇଭର ଏକ ଘଣ୍ଟା କାଳ ଗାଡ଼ି ଭିତରେ ଫସି ରହିଥିଲେ । ପରେ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ମିଳିତ ଭାବେ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।

ମିଳିଥିବା ସୁଚନାରୁ, ବିଳମ୍ବିତ ରାତିରେ ଜାଗର ଯାତ୍ରା ପାଇଁ ଗେଲପୁରରେ ବାବା ଗେଲେଶ୍ୱରଙ୍କ ପୀଠରେ କଳସ ଶୋଭାଯାତ୍ରା ଚାଲିଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ଗେଲପୁର ଛକରେ ଏକ ଦୁର୍ଘଟଣା ଘଟିଥିଲା । ଗେଲପୁର ଛକ ନିକଟରେ ଥିବା ହମ୍ସ ପାଇଁ ଏକ ହାଇୱା ଟ୍ରକ ହଠାତ ବ୍ରେକ ମାରିବା ଫଳରେ ପଛପଟୁ ଆସୁଥିବା ଏକ ୧୨ ଚକିଆ ଟ୍ରକ ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟିର ଆଜି ସମ୍ପୂର୍ଣ୍ଣ ଚେପା ହୋଇଯିବା ସହ ଡ୍ରାଇଭର ଟ୍ରକ ଭିତରେ ଫସିରହିଥିଲେ ।

ଏହି ଖବର ଗେଲପୁର ଲୋକ ପାଇବା ପରେ ଡ୍ରାଇଭରକୁ ଉଦ୍ଧାର କରିବା ପାଇଁ ସେଠାକୁ ଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସମୟରେ ଦମକଳ ବାହିନୀ ପହଞ୍ଚି ଆଉ ଏକ ଟ୍ରଲର ସାହାଯ୍ୟରେ ଚେନ ଲଗାଇ ଚେପା ହୋଇଥିବା ଟ୍ରକକୁ ଟାଣି ସିଧା କରିବା ପରେ ମିଳିତ ଭାବେ ଟ୍ରକ ଭିତରେ ଫସି ରହିଥିବା ଡ୍ରାଇଭର ଙ୍କୁ ଉଦ୍ଧାର କରି ଭଦ୍ରକ ମେଡ଼ିକାଲକୁ ପଠାଇଛନ୍ତି ।

   Related Posts