ଦୁର୍ଘଟଣାରେ ଛାତ୍ରୀ ମୃତ: ବିଦ୍ୟାଳୟକୁ ଯାଉଥିଲେ, ମାଡିଗଲା ପଥର ବୋଝେଇ ଟ୍ରାକ୍ଟର

Published By : Prameya-News7 Bureau | March 17, 2022 IST

ଖୋର୍ଦ୍ଧା ୧୭/୦୩: ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । ଖୋର୍ଦ୍ଧା ଜଙ୍କିଆ ଥାନା ରାଇପୁର ତାରିଣି ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଛାତ୍ରୀ ହେଲେ ଡିହଖଳାର ସସ୍ମିତା ସ୍ବାଇଁ । ଜଙ୍କିଆ ଥାନା ଡିହଖଳା ଗାଁର ସସ୍ମିତା ସ୍ବାଇଁ ସପ୍ତମ ଶ୍ରେଣୀର ଛାତ୍ରୀ । ମୃତ ଛାତ୍ରୀ ଜଣଙ୍କ ସାଇକେଲରେ ଓରବରସିଙ୍ଗ ଆଞ୍ଚଳିକ ବିଦ୍ୟାଳୟକୁ ଯାଉଥିଲେ ।

ସେହି ସମୟରେ ପଥର ବୋଝେଇ ଟ୍ରାକ୍ଟର ତାଙ୍କ ଉପରେ ମାଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡିଏଚଏଚକୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଜଙ୍କିଆ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.