ବାଇକ୍‌ ଉପରେ ମାଡିଗଲା ଟ୍ରକ୍, ବାପା-ପୁଅ ମୃତ

Published By : Prameya-News7 Bureau | April 22, 2023 IST

ତାଳଚେର ୨୨/୦୪: ତାଳଚେର ଵାଙ୍କଧରା ଲେବଲ କ୍ରସିଂ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଘଟଣାରେ ବାପ ପୁଅ ମୃତ । ମୃତକ ହେଲେ ଗୋଡିବନ୍ଧର ଏମ.ଡି ଆସିଫ, ଏବଂ ତାଙ୍କର ୩ ବର୍ଷର ପୁଅ । ତେବେ ଏହି ଦୁର୍ଘଟଣାରେ ତାଙ୍କ ଭଣଜା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ତାଳଚେର୍ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଥାଉକି, ଖାଲି ଟ୍ରକଟି କୋଲ ମାଇନ୍ସକୁ ଯାଉଥିବା ସମୟରେ ବାଇକକୁ ପିଟିଥିଲା ଟ୍ରକ । ଘଟଣା ସ୍ଥଳରେ ତାଳଚେର ପୋଲିସ ତଦନ୍ତ ଚଳାଇଛି । ତାଳଚେର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.