ଦୁର୍ଘଟଣାରେ ବାପା ମୃତ, ପୁଅ ଗୁରୁତର: ମାଛ କିଣିବାକୁ ଯିବାବେଳେ ରୋଲର ସହ ପିଟିହେଲା ବାଇକ୍

Published By : Prameya-News7 Bureau | October 26, 2022 IST

ବାସୁଦେବପୁର ୨୫/୧୦: ବାଇକ୍ ର୍ଦୁଘଟଣାରେ ବାପ ମୃତ ଓ ପୁଅ ଗୁରୁତର । ଗୁରୁତର ପୁଅକୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବାସୁଦେବପୁର ପୌରପାଳିକାର ମାତାଜି ମଠ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା କ୍ଷୀରକୋଣା ଅଂଚଳର ଜଗତା ମଳିକ ଓ ଗୁରୁତର ପୁଅ ସୁଶା ମଳିକ ।

ଆଜି ଭୋର ସମୟରେ ଏଭଳି ଅଘଟଣ ଘଟିଛି । ବାପ ପୁଅ ଦୁଇ ଜଣ ମାଛ ବ୍ୟବସାୟ କରନ୍ତି । ତେବେ ଆଜି ଭୋରରେ ସେ ମାଛ କିଣିବାକୁ କଶିଆ ଅଂଚଳକୁ ଯାଉଥିଲେ । ମାତାଜି ମଠ ନିକଟରେ ରାସ୍ତା ଶୋଇଥିବା ଛୋଟ ବାଛୁରୀକୁ ପ୍ରଥମେ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ବାଛୁରୀର ମୃତ୍ୟୁ ହୋଇଥିଲା ପରେ ବାଇକରୁ ଛିଟିକି ହୋଇ ରାସ୍ତା କଡରେ ଛିଡା ହୋଇଥିବା ଏକ ଗାଡି ସହିତ ପିଟି ହୋଇଯାଇଥିଲେ ।

ସ୍ଥାନୀୟ ଲୋକେ ଉଭୟ ବାପ ପୁଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇଥିଲେ । ତେବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବାପା ଜଗତାର ମୃତ୍ୟୁ ହୋଇଥିଲା । ପୁଅ ସୁଶାର ଅବସ୍ଥା ଗୁରୁତର ଥିବାରୁ ତାକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସ୍ଥାନନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.