ମୁମ୍ବାଇ-ଗୋଆ ରାଜପଥରେ କାରକୁ ଧକ୍କା ଦେଲା ଟ୍ରକ୍, ଜଣେ ଶିଶୁ ସମେତ ୯ ଜଣଙ୍କ ମୃତ୍ୟୁ
19/01/2023 at 10:31 AM

ମହାରାଷ୍ଟ୍ର ୧୯/୦୧: ମହାରାଷ୍ଟ୍ର ମୁମ୍ବାଇ- ଗୋଆ ହାଇୱେରେ ଘଟିଛି ଭୟଙ୍କର ଦୁର୍ଘଟଣା । ଟ୍ରକ୍–କାର ମୁହାଁମୁହି ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ୯ଜଣଙ୍କର ମୃତ୍ୟୁ ଘଟିଛି । ଭୋର୍ ପ୍ରାୟ ୫ଟା ବେଳେ ରେପୋଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି ।
Maharashtra | Visuals from Goa-Mumbai highway in Repoli area in Raigad where a car accident left nine people, including a child, dead and another child injured. pic.twitter.com/oaH1qKyW83
— ANI (@ANI) January 19, 2023
ରାସ୍ତାର ବିପରୀତ ପାର୍ଶ୍ବରୁ ଆସୁଥିବା ଗୋଟାଏ ଟ୍ରକ୍ ଗୋଟାଏ କାର୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଅଛନ୍ତି, ୫ଜଣ ପୁରୁଷ, ୩ଜଣ ମହିଳା ଓ ଜଣେ ଶିଶୁ । ତେବେ ଏଥିରେ ଜଣେ ୪ ବର୍ଷିୟ ପିଲା ଆହତ ହୋଇଛି । ତାକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ପୋଲିସ କହିବା ଅନୁସାରେ, ଭୋର୍ ପ୍ରାୟ ୫ଟା ବେଳେ ରେପୋଲି ଗାଁ ନିକଟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାର କାରଣ କଣ ତାହା ଜଣାପଡିନି । ତେବେ ଘଟଣାପରେ ରାଜପଥରେ ଯାନବାହନ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି ।