oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଏମିତି ଆସେ ମୃତ୍ୟୁ…ସଡକ ଉପରେ ଶୋଇଥିବାବେଳେ ମାଡିଗଲା ଟ୍ରକ୍, ୪ ମୃତ

21/09/2022 at 10:17 AM

ନୂଆଦିଲ୍ଲୀ ୨୧/୦୯: ବୁଧବାର ସକାଳୁ ସକାଳୁ ରାଜଧାନୀ ଦିଲ୍ଲୀରୁ ଏକ ଦୁଃଖଦ ଖବର ଆସିଛି । ଦିଲ୍ଲୀରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ଦ୍ରୁତ ଗତି ହେତୁ ୪ ଜଣଙ୍କ ଜୀବନ ଚାଲିଯାଇଛି । ଏଠାରେ ଶୋଇଥିବା ବେଳେ ଟ୍ରକ୍ ମାଡିଯିବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ରାସ୍ତା କଡରେ ଥିବା ଡିଭାଇଡର୍ ଉପରେ ଶୋଇଥିଲେ ଲୋକେ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁଯାୟୀ, ବିଳମ୍ୱିତ ରାତି ୧.୫୧ ସମୟରେ ଏହି ଦୁର୍ଘଟଣା ଘଟଣା ଘଟିଛି । ରାଜଧାନୀ ରାଜ ରାସ୍ତାରେ ଅଜଣା ଗାଡି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେମାପୁରୀରେ ଡିଟିସି ଡିପୋ ରେଡଲାଇଟ୍ ଅତିକ୍ରମ କରୁଥିବାବେଳେ ଏହି ଟ୍ରକ୍ ରାସ୍ତା କଡ ଡିଭାଇଡର୍ ଉପରେ ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର । ସେହିପରି ଏହି ଦୁର୍ଘଟଣାରେ ଆଉ ୨ଜଣ ଗୁରୁତରଙ୍କୁ ମେଡିକାଲରେ ଚିକିତ୍ସା ଜାରି ରହିଛି ।

ସେପଟେ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଅନ୍ଧକାରର ସୁଯୋଗ ନେଇ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଟ୍ରକ ସହିତ ଫେରର ହୋଇଯାଇଥିବା ସୂଚନା ମିଳୁଛି । ପୋଲିସ ବିଭିନ୍ନ ଟିମ୍‌ ଗଠନ କରି ଛାନ୍‌ଭିନ୍‌ ଜାରି ରଖିଛି ।

   Related Posts