ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28/01/2023 at 10:35 AM

କେନ୍ଦୁଝର ୨୮/୦୧: କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ଅନ୍ତର୍ଗତ ବସନ୍ତପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୋଲେରେ ଓ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ । ଏହାସହ ୩ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ଗୁରୁତରମାନଙ୍କୁ ସଂଗେ ସଂଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତାହତ ମାନଙ୍କ ପରିଚୟ ମିଳିପାରିନାହିଁ ।
ସୂଚନା ଥାଉକି, ହରିଚନ୍ଦନପୁରରୁ କେନ୍ଦୁଝର ପଟରୁ ବୋଲେରୋଟି ଆସୁଥିଲା । ସେହି ସମୟରେ ହରିଚନ୍ଦପୁର ଆଡ଼ ଆସୁଥିବା ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ସକାଳ ୧୦ ଘଟିକା ସମୟରେ ବସନ୍ତପୁର ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଠିକ୍ ସେହି ସମୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ହୋଇଛନ୍ତି ।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023