ଅଟୋ ସହ ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା: ୩ ମୃତ , ୫ ଗୁରୁତର
9/01/2023 at 3:15 PM

ବାରିପଦା ୦୯/୦୧: ଅଟୋ ସହ ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ହୋଇଛନ୍ତି । ବାରିପଦା-ଦେଉଳି ରାସ୍ତାର ବାଙ୍କିଶୋଳ ନିକଟରେ ଘଟିଛି ଏହି ଦୁର୍ଘଟଣା । ୩ ମୃତକମାନେ ଅଟୋରେ ଯାତ୍ରା କରୁଥିଲେ । ଆଉ ଦୁଇ ଗୁରୁତର ହେଉଛନ୍ତି ଦୁଇଟି ଗାଡ଼ିର ଡ୍ରାଇଭର ।
ସୂଚନା ଥାଉକି, ବାରିପଦା-ଦେଉଳି ରାସ୍ତାର ବାଙ୍କିଶୋଳରେ ନିକଟରେ ଅଟୋ ସହ ପିକ୍ଅପ୍ ଭ୍ୟାନଟିର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ସଂଗେ ସଂଗେ ଖବର ପାଇ ସଦର ଥାନା ପୋଲିସ ଓ ବାରିପଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ମୃତ ଓ ଆହତ ବ୍ୟକ୍ତିଙ୍କୁ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି ।
Related Posts
ନବଦାସ ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି, ହାଇକୋର୍ଟରେ ଦାୟର ହେଲା ମାମଲା
6 February 2023