ମୂଳାପାଳ ଛକରେ ଦୁର୍ଘଟଣା: ଟ୍ରକ୍‌ ପଛରେ ପିଟିହେଲା କାର୍, ଚାଲିଗଲା ଦୁଇ ଜୀବନ

Published By : Prameya-News7 Bureau | January 14, 2023 IST

ଯାଜପୁର ୧୪/୦୧: ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ମୂଳାପାଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ପଛରେ ପିଟିଲା କାର । ଘଟଣାସ୍ଥଳରେ ୨ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ । ମୃତକ ଦ୍ୱୟ ଏରସମା ଅଞ୍ଚଳର ବୋଲି ସୂଚନା । ଆଜି ଭୋର ସମୟରେ ଘଟିଛି ଏହି ଦୁର୍ଘଟଣା ।

ସୂଚନା ମୁତାବକ କାରଟି ପାଣିକୋଇଲି ଅଭିମୁଖେ ଯାଉଥିବା ସମୟରେ ରାସ୍ତା ପାର୍ଶ୍ଵରେ ପୂର୍ବରୁ ଛିଡା ହୋଇଥିବା ଏକ ଟ୍ରକ ପଛରେ ଧକ୍କା ଦେଇଥିଲା । ଖବର ପାଇ ଧର୍ମଶାଳା ପୋଲିସ ମୃତକଙ୍କୁ ଉଦ୍ଧାର କରି ଧର୍ମଶାଳା ଡ଼ାକ୍ତରଖାନାରେ ଭର୍ତ୍ତି କରିଛି । କୁଆଖିଆ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଘନ କୁହୁଡି ଦୁର୍ଘଟଣାର କାରଣ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.