ଟ୍ୟୁସନ ଯାଉଥିବା ବେଳେ ପିଲାଙ୍କ ଉପରେ ମାଡିଗଲା ଟ୍ରକ୍ : ୨ ମୃତ, ୧୦ରୁ ଅଧିକ ଗୁରୁତର

Published By : Prameya-News7 Bureau | December 24, 2020 IST

ଲକ୍ଷ୍ନୌ, ୨୪/୧୨:  ଉତ୍ତର ପ୍ରଦେଶର ମହୋବା ଜିଲ୍ଲାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।ସକାଳେ ଟ୍ୟୁସନ ଯାଉଥିବା ୧୨ରୁ ଅଧିକ ଛାତ୍ରଛାତ୍ରୀଙ୍କ ଉପରେ ଏକ ଟ୍ରକ୍ ମାଡିଯାଇଛି । ଏତିରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ପାଇଛି । ମୃତ ଓ ଆହତ ଛାତ୍ରଙ୍କ ପରିବାର ଲୋକେ ଧାରଣା ଦେଇଛନ୍ତି । ସ୍ଥିତି ସମ୍ଭାଳିବାକୁ ମଧ୍ୟ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସୂଚନାନୁସାରେ, ଗୁରୁବାର ସକାଳେ କୁଲପହାଢ ତାନା ଅଞ୍ଚଳର ସୁଙ୍ଗୀରା ଗ୍ରାମର ଦଶମ ଓ ଦ୍ୱାଦଶ ଶ୍ରେଣୀର ୧୨ରୁ ଅଧିକ ଛାତ୍ରଛାତ୍ରୀ ଟ୍ୟୁସନ କରିବାକୁ ଯାଉଥିଲେ । ସେହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଛାତ୍ରଙ୍କୁ ଧକ୍କା ଦେଇଥିଲା । ଏଥିରେ ଘଟଣାସ୍ଥଳରେ ୨ଜଣ ପ୍ରାଣ ହରାଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଫୋର୍ସ ଗ୍ରାମରେ ପହଁଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.