୧୫ ଫୁଟ ତଳକୁ ଖସିପଡିଲା ଟ୍ରାକ୍ଟର, ୨ମୃତ

Published By : Prameya-News7 Bureau | August 17, 2020 IST

ମୋରଡା ୧୭।୦୮: ମୟୂରଭଞ୍ଜ ମୋରଡ଼ା ଥାନା ଅନ୍ତର୍ଗତ ଝିଙ୍କିରିଆ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ଓଲଟି ପଡିବାଯିବାରୁ ଘଟଣାସ୍ଥଳରେ ୨ଜଣଙ୍କ ଜୀବନ ଚାଲିଯାଇଛି । ମୃତକ ମାନେ ହେଲେ ମଙ୍ଗଲ ମୁର୍ମୁ ଓ ହୁଣ୍ଡା ମୁର୍ମୁ । ସେହିପରି ଦୁର୍ଘଟଣାରେ ଗୁରୁତର ଥିବା ଦୁଃଖିଆ ହେମ୍ବ୍ରମଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

{"id":315725,"sizeSlug":"large"}

ମୋରଡ଼ା ଝିଙ୍କିରିଆ ଛକ ନିକଟରେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ପ୍ରାୟ ୧୫ ଫୁଟ ତଳକୁ ଖସି ପଡ଼ିଥିଲା । ଟ୍ରାକ୍ଟରରେ ଛଅ ଜଣ ଥିଲେ । ତେବେ ଏତେ ତଳକୁ ଟ୍ରାକ୍ଟର ଖସିପଡିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଯାଇଛି । ଏବଂ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି । ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

{"id":315726,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.