previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୁକ୍ରବାର ବଜାର ମାନ୍ଦା, ଲାଲ୍ ରଙ୍ଗରେ ଖୋଲିଲା ନିଫ୍ଟି ଓ ସେନସେକ୍ସ
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୫୬୧ କରୋନା ପଜିଟିଭ୍
  • ||
  • ଆଜି ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ, ବୃହତ ଜଳସେଚନ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ଅଜଣା ଗାଡି ଧକ୍କାରେ ଚାଲିଗଲା ମାଉସୀ-ଝିଆରୀଙ୍କ ଜୀବନ

31/08/2020 at 9:14 AM

ସାନଖେମୁଣ୍ଡି ୩୧।୦୮: ଗଞ୍ଜାମ ଜିଲ୍ଲା ଆସିକା ଥାନା କୋଟିନଡ଼ା ଫାଣ୍ଡି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମର୍ଣ୍ଣଙ୍ଗ ଓ୍ୱାକ କରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ମୃତକ ରଶ୍ମିତା ପରିଡା ଓ ଝିଆରୀ ଆଶାରାଣୀ ଖଣ୍ଡୁଆଳ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଆସିକା ଓ କବିସୂର୍ଯ୍ୟନଗର ମୁଖ୍ୟ ରାସ୍ତା କେ.ଲଛମନପଲି ନିକଟ ରାସ୍ତାରେ ଆଜି ସକାଳ ସମୟରେ ମାଉସୀ ଓ ଝିଆରୀ ମର୍ଣ୍ଣି ଓ୍ୱାକ କରିବା ପାଇଁ ବାହାରିଥିଲେ । କିନ୍ତୁ କିଏ ଜାଣିଥିଲା ଏହି ଚଲା , ତାଙ୍କ ଜୀବନରେ ଶେଷ ଚଲା ହେବ । ଏକ ଅଜଣା ଗାଡି ଧକ୍କାରେ ମାଉସୀ ଓ ଝିଆରୀ ଗୁରୁତର ଭାବେ ଘଟଣାସ୍ଥଳରେ ପଡିଯାଇଥିଲେ । ସ୍ଥାନୀୟଲୋକ ଓ ପୋଲିସ ପହଞ୍ଚି ଝିଆରୀକୁ ମେଡିକାଲ ପଠାଇଥିବା ବେଳେ ମାଉସୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସେପଟେ ଆସିକା ମେଡିକାଲରେ ଝିଆରୀଙ୍କର ମଧ୍ୟ ମେଡିକାଲରେ ମୃତ୍ୟୁ ହୋଇଯାଇଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ମୃତଦେହ ହସ୍ତାନ୍ତର କରାଯିବ । ମୃତ୍ୟୁବେଳକୁ ରଶ୍ମିତା ବର୍ଭବତୀ ଥିବା ସୂଚନା ରହିଛି ।  

   Related Posts