ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀ ମୃତ
4/10/2020 at 9:42 AM

ଲକ୍ଷ୍ମୀପୁର ୦୪।୧୦: କୋରାପୁଟ ଜିଲ୍ଲା ନାରାୟଣପାଟଣା ମୁଣ୍ଡିଗୁଡା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।
ନାରାୟଣପାଟଣାରୁ କୋରାପୁଟ ଅଭିମୁଖେ ଯାଉଥିବା ପିକ୍ ଅପ୍ ଗାଡି ଏକ ବାଇକ ଧକ୍କା ଦେଇଥିଲା । ଯାହାଫଳରେ କି ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକ ୨ଜଣ ହେଲେ ବାଲିପେଟା ପଞ୍ଚାୟତ ସାମଜା ଗାଁର ବୋଲି ଜଣାପଡିଛି । ଉଭୟ ମୃତକ ସମ୍ପର୍କୀୟ ବୋଲି ସୂଚନା ମଧ୍ୟ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
Related Posts
ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ପୋଲିସ ଖୋଜୁଛି କାରଣ
6 December 2023
ପୂର୍ବବିବାଦରୁ ଗୋଷ୍ଠୀ ସଂଘର୍ଷ, ଏକାଧିକ ଲୋକ ଆହତ
6 December 2023