ଭତ୍ତା ଆଣିବାକୁ ଯାଇଥିଲେ, ଧକ୍କା ଦେଲା କାର୍: ଚାଲିଗଲା ମହିଳାଙ୍କ ଜୀବନ
6/02/2023 at 1:49 PM

ଆନନ୍ଦପୁର ୦୬/୦୨: ଆନନ୍ଦପୁର ଉପଖଣ୍ଡ ୨ୟ ନଂ ଜାତୀୟ ରାଜପଥର ବରପଦା ଛକ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ । ରାସ୍ତା ପାର ହେବା ସମୟରେ ଜଣେ ମହିଳାଙ୍କୁ କାର ଧକ୍କା ଦେବାରୁ ଘଟଣା ସ୍ଥଳରେ ହି ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ସାଇଁକୁଳ ଗାଁର ଗୌରୀ ଜେନା ।
ସୂଚନା ଥାଉକି, ବ୍ଲକ୍ କାର୍ଯ୍ୟାଳୟକୁ ଭତ୍ତା ଟଙ୍କା ପାଇଁ ଯାଉଥିବା ସମୟରେ ଦ୍ରୁତ ଗତିରେ ଆସି କାର୍ ତାଙ୍କୁ ଧକ୍କା ଦେଇ ଯାଜପୁର ଅଭିମୁଖେ ପଳାଇଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣା ସ୍ଥଳରୁ ଗୌରୀଙ୍କୁ ଉଦ୍ଧାର କରି ନିକଟସ୍ଥ ସାଇଁକୁଳ ମେଡିକାଲ ପହଁଞ୍ଚାଇଥିଲେ ।
ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଦୁର୍ଘଟଣା ପରେ ପୋଲିସ୍ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ନିକଟସ୍ଥ ହସନପୁର ଟୋଲଗେଟ୍ ର ସିସିଟିଭି ଫୁଟେଜ୍ ଦେଖି ଦୁର୍ଘ ଘଟଣା ଘଟାଇଥିବା ଗାଡି ସମ୍ପର୍କରେ ଅନୁସନ୍ଧାନ ଆରମ୍ଭ କରିଛି ।