ପୋଲ ତଳକୁ ଖସିପଡିଲା ବାଇକ୍‌, ଯବାନଙ୍କ ମୃତ ଦେହ ଠାବ

Published By : Prameya-News7 Bureau | June 27, 2020 IST

କଳାହାଣ୍ଡି ୨୭।୦୬: ପୋଲ ତଳକୁ ବାଇକ୍‌ ଖସି ଚାଲିଗଲା ଯବାନଙ୍କ ଜୀବନ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ନାନ୍ଦୋଳ - କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳକୁ ଖସି ଜଣେ ଯବାନଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ବିଶ୍ୱଜିତ ମଙ୍ଗରାଜ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ନାନ୍ଦୋଳ-କେନ୍ଦୁପାଟି ରାସ୍ତାର ଥିବା ପୋଲ ତଳକୁ ଖସିପଡିଥିଲା ଯବାନଙ୍କ ବାଇକ । ଆଜି ସକାଳ ସମୟରେ ଯବାନଙ୍କ ମୃତଦେହ ଠାବ ହୋଇଛି । ମୃତକ ଗୋଲାମୁଣ୍ଡା ଅଂଚଳର ବିଶ୍ଵଜିତ ମଙ୍ଗରାଜ ବୋଲି ଜଣାପଡିଛି । ବିଳମ୍ବିତ ରାତିରେ ବାଇକ୍‌ରେ ଫେରୁଥିବା ବେଳେ ଖସି ପଡିଥିବା ଅନୁମାନ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.