ଅଇଁଠାପାଲି ଛକରେ ଦୁର୍ଘଟଣା, ଗାଡି ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ
3/01/2023 at 12:26 PM

ସମ୍ବଲପୁର ୦୩/୦୧: ସମ୍ବଲପୁର: ମାତ୍ର କିଛିଦିନର ବ୍ୟବଧାନ ପରେ ପୁଣି ଅଇଁଠାପାଲି ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ଅଜଣା ଗାଡି ଧକ୍କାରେ ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।
କ୍ଷେତରାଜପୁର ପୋଦ୍ଦାର କଲୋନିର ଜଣେ ଯୁବତୀ ଏକ ଗାଡି ଯୋଗେ ସହର ଭିତରୁ ଜାତୀୟ ରାଜପଥକୁ ଆସିବା ମାତ୍ରେ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ଯୁବତୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହେବା ଦ୍ୱାରା ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି ।
Related Posts
ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ତାଲା ଭାଙ୍ଗି ଲୁଟିଲେ ବ୍ୟାଙ୍କ୍
3 February 2023
ଲେଉଟିଲା ଥଣ୍ଡା, ଶିମିଳିପାଳରେ ଶୀତର ଲହରୀ ଜାରି
3 February 2023