ରାଜପଥରେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା : ନିଆଁରେ ପୋଡି ପାଞ୍ଚ ମୃତ, ତିନି ଆହତ

Published By : Prameya-News7 Bureau | March 19, 2020 IST

ଶାଜାପୁର ୧୯।୦୩ : ମଧ୍ୟପ୍ରଦେଶ ଦୁପଡା ଦେଇଯାଇଥିବା ରାଜପଥ ନିକଟରେ ଅଘଟଣ ଘଟିଛି । ଭାରସାମ୍ୟ ହରାଇ ଓଲଟିପଡିଲା ମିନି ଟ୍ରକ । ପଛରେ ଆସୁଥିବା ଟ୍ରକ ମଧ୍ୟ ନିୟନ୍ତ୍ରଣ ହରାଇ ମିନିଟ୍ରକକୁ ଜୋରଦାର ଧକ୍କା ଦେଇଛି । ତେବେ ଦୁଇଟି ଗାଡି ମଧ୍ୟରେ ଧକ୍କା ହେବା ଫଳରେ ଉଭୟ ଗାଡିରେ ନିଆଁ ଲାଗିଯାଇଥିଲା । ଯାହାଫଳରେ  ନିଆଁରେ ଲାଗି ପାଞ୍ଚ ଜଣଙ୍କ ଜୀଅନ୍ତା ପୋଡି ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।  

{"id":240661,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ଲାଲଘାଟି ଥାନା ଅଞ୍ଚଳ ଦେଇ ଯାଇଥିବା ରାଜପଥରେ ଏକ ମିନିଟ୍ରକ ଗସ୍ତ କରୁଥିଲା । ତେବେ ହଠାତ୍‌ ମିନିଟ୍ରକଟି ଭାରସାମ୍ୟ ହରାଇ ଓଲଟିପଡିଥିଲା । ମିନିଟ୍ରକ ଓଲଟି ପରେ ପଛରେ ଆସୁଥିବା ଟ୍ରକ ମଧ୍ୟ ନିଜର ନିୟନ୍ତ୍ରଣ ହରାଇ ବସିଥିଲା । ଯାହାଫଳରେ ମିନିଟ୍ରକକୁ ଟ୍ରକ ଜୋରଦାର ଧକ୍କା ଦେଇଥିଲା । ଦୁଇଟି ଟ୍ରକ ମଧ୍ୟରେ ଜୋରଦାର ଧକ୍କା ହେବା ଫଳରେ ଉଭୟ ଟ୍ରକରେ ନିଆଁ ଲାଗିଯାଇଥିଲା । ଗାଡିରେ ଥିବା ପାଞ୍ଚଜଣ ନିଆଁରେ ଜୀବନ୍ତ ପୋଡି ଯାଇଥିଲା ।

{"id":240662,"sizeSlug":"large"}

ଅନ୍ୟ ଗାଡିରେ ଥିବା ତିନିଜଣ ନିଆଁରେ ପୋଡି ହୋଇ ଗୁରୁତର ଅଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଖବର ପାଇଁ ସ୍ଥାନୀୟ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏବଂ ନିଆଁ ଲିଭାଇବାକୁ ଉଦ୍ୟମ କରି ସଫଳ ହୋଇଛନ୍ତି । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀକୁ ଦେଢ ଘଣ୍ଟା ସମୟ ଲାଗିଥିଲା । ତେବେ ଆହତଙ୍କ ପରିଚୟ ମିଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାର ତଦନ୍ତ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.