୨ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କ ଜୀବନ, ଅଳ୍ପକେ ବର୍ତ୍ତିଗଲେ ବାପ-ପୁଅ

Published By : Prameya-News7 Bureau | December 02, 2020 IST

 ଭଦ୍ରକ୨/୧୨: ଦୁଇଟି ବାଇକ୍ ମୁହାଁମୁହିଁ। ଜଣେ ମୃତ, ୨ ଗୁରୁତର। ଭଦ୍ରକ ବନ୍ତ ରାସ୍ତା ବରଡେଶ୍ୱର ଛକ ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଭଦ୍ରକ ଜିଲ୍ଲା କେନ୍ଦୁଆପଦା ଫାଣ୍ଡି ଅଧିନସ୍ଥ ଭଦ୍ରକରୁ ବନ୍ତ ସଂଯୋଗ କରୁଥିବା ରାସ୍ତାର ବରଡେଶ୍ୱର ଛକ ନିକଟରେ ୨ଟି ବାଇକ୍‌ ମୁହାଁମୁହିଁ ହୋଇଥିଲା।

{"id":371398,"sizeSlug":"large"}

ସୂଚନାଥାଉକି ବାପ-ପୁଅ ୨ ଜଣ ଘର କାମ ପାଇଁ ଗ୍ରୀଲ ଧରି ବାଇକ୍‌ରେ ଯିବା ବେଳେ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଅନ୍ୟପଟେ ବାଇକ୍ ଦୁର୍ଘଟଣାରେ ବାପ-ପୁଅ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ମିଳି ନାହିଁ।  ଗୁରୁତର ସୁଦର୍ଶନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ପୁଅ କମଳାକାନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ୨ଟି ବାଇକ୍‌କୁ ଜବତ କରିଛି କେନ୍ଦୁଆପଦା ପୋଲିସ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.