ଟ୍ରକ ପଛପଟୁ ପିଟିଲା ବାଇକ: ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ
30/11/2020 at 4:57 PM

ଜଳେଶ୍ବର୩୦/୧୧: ଟ୍ରକ ପଛପଟୁ ପିଟିଲା ବାଇକ୍। ୬୦ ନମ୍ବର ଜାତୀୟ ରାଜପଥର ହଳଦିପଦା ରାଜଧାନୀ ଢ଼ାବା ନିକଟରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଚଳାଇଛି। ଏଥିସହ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇଛନ୍ତି।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023