ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

Published By : Prameya-News7 Bureau | February 17, 2020 IST

କଳାହାଣ୍ଡି ୧୭।୦୨: କଳାହାଣ୍ଡି ଦେଇ ଯାଇଥିବା ଜାତୀୟ ରାଜୁଥ୨୬ ମୋଟର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ।  ମୃତକ ଖୁଟଲୁଗୁଡା ଗାଁର ବବୃବାହାନ ହାତୀ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରାସ୍ତାରେ ଆସୁଥିବା ଟ୍ରକ ଓ ବାଇଖ ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ଓଲଟି ପଡିଥିଲା ଟ୍ରକଟି । କିନ୍ତୁ ସେପଟେ ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଛି । କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବେଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.