ଭାରସାମ୍ୟ ହରାଇ ଓଲଟିଲା ପିକ୍ଅପ୍ ଗାଡି, ଜଣେ ମୃତ ଓ ୫ ଗୁରୁତର
14/01/2023 at 9:56 AM

କଣ୍ଟାବାଞ୍ଜି ୧୪/୦୧: ସିନ୍ଧେକେଲା ଥାନା ବୁଢ଼ିବାହାଲ ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ପିକ୍ ଅପ୍ ଗାଡି ଓଲଟିବାରୁ ଜଣଙ୍କର ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ସିନ୍ଧେକେଲା ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ଚିକିତ୍ସା ପାଇଁ ।
ସୂଚନାଥାଉକି, ସିଲେଟପଡା ଗାଁକୁ ପିନ୍ଧାଣି କାର୍ଯ୍ୟରେ ଯୋଗ ଦେଇ ପିକ୍ ଅପ୍ ଗାଡ଼ିରେ ବୁଢ଼ିପଦାର ଗାଁ ଦେଇ ଫେରୁଥିଲେ କିଛି ଲୋକ । ତେବେ ଗାଁର ବୁଲାଣିରେ ଡ୍ରାଇଭର ହରାଇ ବସିଥିଲେ ନିୟନ୍ତ୍ରଣ । ଭାରସାମ୍ୟ ହରାଇବାରୁ ଘଟିଥିଲା ଦୁର୍ଘଟଣା । ଦୁର୍ଘଟଣା ପରେ ୬ ଗୁରୁତର ହୋଇଥିଲେ । ତେବେ ଏମାନଙ୍କ ମଧ୍ୟରୁ ଗୁରୁତର ଗମ୍ଭୀର ଚଣ୍ଡୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।
Related Posts
ଅନ୍ତିମ ଯାତ୍ରାରେ ନବଦାସ, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଅନ୍ତିମ ବିଦାୟ
30 January 2023
ପାରିବାରିକ କଳହ ! ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ
30 January 2023