ଗଛରେ ପିଟିହେଲା କାର : ୨ ମୃତ, ୨ ଗୁରୁତର

Published By : Prameya-News7 Bureau | March 18, 2022 IST

ନବରଙ୍ଗପୁର ୧୮/୦୩: ନବରଙ୍ଗପୁର-କୁର୍ଲୁଘାଟି ଗାଁ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର। ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି ।

ତେବେ ଦୁର୍ଘଟଣା ଏତେ ଜୋର ଥିଲା ଯେ କାରଟି ଆଗ ଭାଗ ସମ୍ପୂର୍ଣ୍ଣ ରୂପେ ଚୁରମାର ହୋଇ ଯାଇଥିଲା। ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି କାର ଭିତରୁ ସମସ୍ତଙ୍କୁ ଉଦ୍ଧାର ଘଟିଥିଲେ। ଦୁର୍ଘଟଣାର ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି। ଖାତିଗୁଡ଼ା ଗାଁରୁ ନବରଙ୍ଗପୁର ଅଭିମୁଖେ କାରଟି ଆସୁଥିଲା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.