ବ୍ରିଜ୍ ଉପରେ ବାଇକକୁ ଧକ୍କା ଦେଲା କାର୍, ତଳକୁ ଖସିପଡି ୪ ମୃତ
10/09/2022 at 10:37 AM

ନୂଆଦିଲ୍ଲୀ, ୧୦|୦୯: ଭୟଙ୍କର ଦୁର୍ଘଟଣା । ବାଇକକୁ ଧକ୍କା ଦେଲା କାର୍ । ଚାଲିଗଲା ୪ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁରରେ । କୁହାଯାଉଛି ଯେ, କାରଟି ଅନେକ ବାଇକକୁ ଧକ୍କା ଦେଇଥିଲା । ଯେଉଁଥିରେ ୪ ଜଣ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସମସ୍ୟ ମୃତକ ବ୍ରିଜ ତଳକୁ ଖସି ପଡିଥିଲେ ଓ ପ୍ରାଣ ହରାଇଥିଲେ ।
ସୂଚନାନୁସାରେ, ଶନିବାର ସକାଳେ ନାଗପୁରର ସକଖଦରା ବ୍ରିଜ ଦେଇ ଏକ କାର୍ ଯାଉଥିଲା । ତେବେ ଏହା ଭାରସାମ୍ୟ ହରାଇ ଅନେକ ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାର ମାତ୍ରା ଏତେ ଅଧିକ ଥିଲା ଯେ ୪ ଜଣ ବାଇକ୍ ଆରୋହୀ ବ୍ରିଜ ତଳକୁ ଖସି ପଡିଥିଲେ । ଫଳରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଛି । ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି । ହସ୍ପିଟାଲରେ ପୋଷ୍ଟମଟର୍ମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ ।
ନାଗପୁରରେ ଏହି ଦୁର୍ଘଟଣା ସେହି ସମୟରେ ହୋଇଛି ଯେତେବେଳେ ଲୋକଙ୍କ ମନରୁ ସାଇରସ ମିସ୍ତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଲିଭି ନାହିଁ । ମିସ୍ତ୍ରୀ ପାଲଘର ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଯେଉଁଥିରେ ତାଙ୍କ ମର୍ସିଜିସ୍ କାରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା ଓ ତାଙ୍କର ଦେହାନ୍ତ ହୋଇଥିଲା.