ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ପୋଲ ତଳକୁ ଖସିଗଲା ଟ୍ରକ୍, ପାଣିରୁ ଉଦ୍ଧାର ହେଲେ ଡ୍ରାଇଭର

Published By : Prameya-News7 Bureau | September 04, 2022 IST

ଉମରକୋଟ, ୦୪|୦୯: ନବରଙ୍ଗପୁର ଜିଲ୍ଲା ଉମରକୋଟ ଧୋଡ୍ରା ନିକଟସ୍ଥ ପୋଲରେ ଦୁର୍ଘଟଣା । ବାଇକକୁ ବଞ୍ଚାଇବାକୁ ଯାଇ  ଭାରସାମ୍ୟ ହରାଇ ପୋଲ ତଳେ ଓଲଟି ପଡ଼ିଲା ଟ୍ରକ୍। ଟ୍ରକର ହେଲପର ବାହାରି ଆସିଥିଲେ କିନ୍ତୁ ଡ୍ରାଇଭର ପାଣିରେ ଫସି ରହିଥିଲେ ।

ତେବେ ହେଲପର ଡ୍ରାଇଭରଙ୍କୁ ଉଦ୍ଧାର କରିବାକୁ  ଚେଷ୍ଟା କରିଥିଲେ ବି ସଫଳ ହୋଇ ପାରିନଥିଲା । ପରେ ସ୍ଥାନୀୟ ଲୋକେ ପୋଲିସକୁ ଏନେଇ ଖବର ଦେଇଥିଲେ । ଖବର ପାଇ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳବାହିନୀକୁ ଖବର ଦେଇଥିଲା ।  ଉମରକୋଟ ଦମକଳବାହିନୀ ଓ ନବରଙ୍ଗପୁର ଦମକଳବାହିନୀର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ବର୍ଷା ହେବା ସତ୍ତ୍ୱେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।  ଦୀର୍ଘ ୫ ଘଣ୍ଟା ର ଅପରେସନ ପରେ ଡ୍ରାଇଭରଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିବାକୁ ସଫଳ ହୋଇଥିଲେ ଦମକଳ ବାହିନୀ । ଉଦ୍ଧାର କରିବା ଉଭୟ ଡ୍ରାଇଭାର ଓ ଆହତ ହେଲପରଙ୍କୁ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.