AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରକାଶ ପାଇଲା ଜେଇଇ (ମେନ୍‌) ସେସନ-୧ ରେଜଲ୍ଟ, ଓ୍ୱେବସାଇଟ୍‌ରେ ଦେଖିପାରିବେ ଛାତ୍ରଛାତ୍ରୀ
  • ||
  • ଫେବୃୟାରୀରେ ଅଧିକ ରହିବ ତାପମାତ୍ରା, ଜଳବାୟୁ ଶୁଷ୍କ ଥିବାରୁ ଜଙ୍ଗଲରେ ଲାଗୁଛି ନିଆଁ
  • ||

ପଥର ବାଜି ଗଛରେ ପିଟି ହେଲା ବାଇକ୍ : ଜଣେ ମୃତ, ଜଣେ ଗୁରୁତର

19/08/2022 at 7:33 AM

କଣ୍ଟାବାଞ୍ଜି, ୧୯|୦୮: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଝେରବାହାଲି ଗାଁ ଛକରେ ଦୁର୍ଘଟଣା । ପ୍ରାଣ ହରାଇଲେ ବାଇକ୍ ଆରୋହୀ। ଏହାସହ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ମୃତକ ଜଣଙ୍କ ହେଲେ ବେଳପଡା ଥାନା ଡୁଙ୍ଗରିପାଳି ଗାଁର ଗୋବିନ୍ଦ ବନଛୋର । ସେହିପରି ଗୁରୁତର ହେଲେ ଝେରବାହାଲି ଗାଁର ପ୍ରତାପ ବନଛୋର । ଗୋବିନ୍ଦ ଏବଂ ପ୍ରତାପ ଗୋଟିଏ ସ୍କୁଟିରେ କୌଣସି କାମରେ ବଙ୍ଗୋମୁଣ୍ଡାବାହାଲ ଯାଉଥିଲେ । ତେବେ ଝେରବେହାଲି ଗାଁ ଛକ ରାସ୍ତାରେ ଏକ ପଥରର ଧକ୍କା ହୋଇଥିଲା ବାଇକ୍ । ଏହାସରେ ଗଛରେ ପିଟି ହୋଇଯାଇଥିଲା । ଫଳରେ ଉଭୟ ତଳେ ପଡିଯାଇଥିଲେ ।  

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଲୋକେ ଉଭୟଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ଗୋବିନ୍ଦଙ୍କ ମୃତ୍ୟୁ  ହୋଇଥିବା ବେଳେ ଗୁରୁତର ପ୍ରତାପକୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

   Related Posts