oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଇନୋଭା ଉପରେ ଓଲଟିଗଲା ଟ୍ରକ୍ : ୩ ଯୁବକ ଓ ଜଣେ ଯୁବତୀଙ୍କ ମୃତ୍ୟୁ

16/08/2022 at 10:36 AM

ନୂଆଦିଲ୍ଲୀ, ୧୬|୦୮:  ଇନୋଭା ଉପରେ ଓଲଟି ଗଲା ଟ୍ରକ୍ । ଜଣେ ଯୁବତୀ ଓ ୩ ଯୁବକଙ୍କ ମୃତ୍ୟୁ । ଏପରି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଗୁରଗାଓଁରେ । ଏହାସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇନୋଭା ଉପରେ ଏକ ଟ୍ରକ୍ ଓଲଟି ପଡିବାରୁ ଏପରି ଅଘଟଣ ଘଟିଛି ।  

ସୂଚନାନୁସାରେ, ଗୁରଗାଓଁର ବିଳାସପୁର ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ୪୦ରେ ପୋଲିସକୁ ଦୁର୍ଘଟଣା ବାବଦରେ ସୂଚନା ମିଳିଥିଲା । ବିଳାସପୁରରେ ଏକ ଟ୍ରକ୍ ଇନୋଭା ଉପରେ ଓଲଟି ପଡିଥିବା ରିପୋର୍ଟ ମିଳିବା ପରେ ତୁରନ୍ତ ପୋଲିସ ପହଁଚିଥିଲା । ଘଟଣାସ୍ଥଳରେ ପହଁଚିବା ପରେ କାରଟି ସମ୍ପୂର୍ଣ୍ଣ ଭାବେ ଟ୍ରକ୍ ତଳେ ଚାପି ହୋଇ ରହିଥିବା ଜେଖିବାକୁ ମିଳିଥିଲା ।

ପୋଲିସ ତୁରନ୍ତ କାରରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲା  । ସେତେବେଳକୁ ଜଣେ ଯୁବତୀ ଓ ତିନି ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା । ତେବେ ଏଥିରେ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଇନୋଭାରେ ଥିବା ଯୁବକ-ଯୁବତୀ ଉଦୟପୁର ବୁଲି ଫେରୁଥିଲେ । ସେମାନେ ଅଗଷ୍ଟ ୧୫ ଛୁଟି ଥିବାରୁ ବୁଲି ଫେରୁଥିଲେ । ଫେରିବା ବେଳେ ହିଁ ଭୟଙ୍କର ଦୁର୍ଘଟଣା ଘଟିଥିଲା । ପୋଲିସ ସମସ୍ତ ମୃତାହତଙ୍କ ପରିବାର ଲୋକଙ୍କୁ ଦୁର୍ଘଟଣା ବାବଦରେ ସୂଚନା ଦେଇଛି ।

   Related Posts