ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ : ସ୍ୱାମୀ-ସ୍ତ୍ରୀଙ୍କ ସମେତ ୪ ମୃତ

Published By : Prameya-News7 Bureau | August 16, 2022 IST

ନୂଆଦିଲ୍ଲୀ, ୧୬|୦୮:  ଭୟଙ୍କର ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଘରେ ପଶିଗଲା ଟ୍ରକ୍ । ପ୍ରାଣ ହରାଇଲେ ପରିବାରର ସ୍ୱାମୀ-ସ୍ତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି  ଉତ୍ତରପ୍ରଦେଶର ମୈନପୁରୀରେ ।  

ସୂଚନାନୁସାରେ, ସୋମବାର ରାତିରେ ଏକ ଟ୍ରକ୍ ମୈନପୁରୀରୁ କାନପୁର ଅଭିମୁଖେ ଯାଉଥିଲା । କିନ୍ତୁ ରାସ୍ତାରେ ଏହା ନିୟନ୍ତ୍ରଣ ହରାଇ ଏକ ଘରେ ପଶିଯାଇଥିଲା । ଘରେ ସେହି ସମୟରେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଓ ତାଙ୍କ ପତ୍ନୀ ଥିଲେ ।  ଶୋଇଥିବା ବେଳେ ସେମାନଙ୍କ ଉପରେ ଟ୍ରକ୍ ମାଡି ଯାଇଥିଲା । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ଏତତ୍ ବ୍ୟତୀତ ଟ୍ରକରେ ୭ ଜଣ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରାଣ ହରାଇଛନ୍ତି । ଆହୁରି ମଧ୍ୟ ୫ ଜଣ ଗୁରୁତର ହୋଇଛନ୍ତି । ମୈନପୁରୀ ଏସପି କମଲେଶ ଦୀକ୍ଷିତ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛନ୍ତି ।

ଘରେ ଟ୍ରକ୍ ପଶି ଯାଇଥିବାରୁ ପତି-ପତ୍ନୀଙ୍କ ମୃତଦେହ ଉଦ୍ଧାର ହୋଇପାରିନଥିଲା । ପରେ କ୍ରେନ୍ ସାହାଯ୍ୟରେ ଭଗ୍ନାବଶେଷ ହଟାଯାଇ ଉଦ୍ଧାର କରାଯାଇଥିଲା । ସେହିପରି ଆଉ ଜଣଙ୍କ ମୃତଦେହ ମଧ୍ୟ ଭଗ୍ନାବଶେଷ ତଳୁ ଉଦ୍ଧାର ହୋଇଥିଲା । ତେବେ ଡ୍ରାଇଭର ନିଶାସକ୍ତ ଥିଲେ ନା ଟ୍ରକର ବ୍ରେକ୍ ଫେଲ ହୋଇଯାଇତିଲା ତାହା ଜଣାପଡି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.