ପୁରୀରୁ ଫେରିବା ବେଳେ ସ୍କର୍ପିଓକୁ ଧକ୍କା ଦେଲା ଟ୍ରକ୍, ୬ ଆହତ

Published By : Prameya-News7 Bureau | July 11, 2022 IST

ସୋର, ୧୧|୦୭ :  ବାହୁଡା଼ରୁ ଫେରିଲା ବେଳେ ଦୁର୍ଘଟଣା ।  ୬ ଯାତ୍ରୀ ଆହତ l ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ୧୬ ନମ୍ବର ଜାତୀୟ ରାଜପଥ ଛଅପୋଲିଆ ଠାରେ । ଏକ ସ୍କପିଓକୁ ପଛରୁ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି ।

ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ବାଲିଆପାଳ କାଳୀପୁର ପ୍ରତାପଗଡ଼ର ୯ ଯୁବକ ପୁରୀରୁ ଶ୍ରୀଜୀଉଙ୍କ ରଥ ଦେଖି ଫେରୁଥିଲେ । ତେବେ ଛଅପୋଲିଆାରେ ସେମାନଙ୍କ କାରକୁ ଏକ ଟ୍ରକ ପଛରୁ ଧକ୍କା ଦେଇଥିଲା । ଫଳରେ କାରଟି ଓଲଟି ପଡିଥିଲା । ଏଥିରେ ଥିବା  ୯ ଯାତ୍ରୀଙ୍କ ମଧ୍ୟରୁ ୬ ଆହତ ହୋଇଛନ୍ତି । ୩ ଜଣଙ୍କ ଅବସ୍ଥା ଗୁରୁତର  ରହିଛି । ତେବେ ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ  ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ପରେ ୩ ଗୁରୁତରଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି l  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.