ବାଇକ୍ ଓ ପିକ୍‌ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା, ଦୁଇ ମୃତ

Published By : Prameya-News7 Bureau | October 27, 2022 IST

ସାଲେପୁର ୨୭/୧୦: ବୁଧବାର ବିଳମ୍ବିତ ରାତିରେ କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା କାଜିବଜାର ନିକଟରେ ବାଇକ୍ ଓ ପିକ୍‌ ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ମୁତାବକ ସତ୍ୟଭାମାପୁର ଗ୍ରାମର ୫୯ ବର୍ଷୀୟ ଅନୁପ ସାମଲ ଓ ତାଙ୍କ ୪୦ ବର୍ଷୀୟ ଝିଅ ଅଞ୍ଜଳି ସ୍ୱାଇଁ ଉଭୟ ବାଇକ୍ ରେ ରାତ୍ରି ପ୍ରାୟ ତିନିଟା ସମୟରେ ରେଲୱେ ଷ୍ଟେସନ ଯାଉଥିଲେ । ଏତିକି ବେଳେ କଟକ ପଟୁ ଆସୁଥିବା ପିକ୍ ଅପ୍ ଭ୍ୟାନ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ।

ଖବର ପାଇ ପାଗା ଫାଣ୍ଡି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ହେଲେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଗାଡ଼ି ଦୁଇଟିକୁ ପୋଲିସ ଜବତ୍ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.