ଚାଷ ଜମିରେ ଓଲଟିଲା ଟ୍ରାକ୍ଟର, କଟିଗଲା ଡ୍ରାଇଭରଙ୍କ ୨ଟି ଗୋଡ଼ !
8/03/2023 at 1:47 PM

କଣ୍ଟାବାଞ୍ଜି ୦୮।୦୩ : ବଲାଙ୍ଗୀର ଜିଲ୍ଲା ତୁରେଇକେଲା ଥାନା ମଲ୍ଲିକୋଦୋରୋ ଗାଁରେ ଅଘଟଣ । ଜମିରେ କାମ କରୁଥିବା ସମୟରେ ଓଲଟିଲା ଟ୍ରାକ୍ଟର । ଯାହାଫଳରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭରଙ୍କ ଦୁଇଟି ଗୋଡ ନଷ୍ଟ ହୋଇଛି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଜମିରେ କାମ କରୁଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଟ୍ରାକ୍ଟରଟି ଓଲଟି ପଡିଥିଲା । ଯାହାଫଳରେ ଗାଡି ତଳେ ଚାପି ହୋଇ ରହିଥିଲେ ଡ୍ରାଇଭର । ସ୍ଥାନୀୟଲୋକେ ଏହା ଦେଖିବା ପରେ ତୁରନ୍ତ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଡ୍ରାଇଭର ଜଣଙ୍କ ବେହେରେନ୍ସିଲେଟ୍ ଗାଁ ଚତୁର ବାଗ୍ ବୋଲି ଜଣାପଡିଛି । ଚତୁରଙ୍କ ୨ଟି ଗୋଡ ନଷ୍ଟ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟଲୋକେ ତାଙ୍କୁ କଣ୍ଟାବାଞ୍ଜି ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।