ଅଜଣା ଗାଡି ଧକ୍କାରେ ଯୁବକ ମୃତ, ମିଳିନି ପରିଚୟ

Published By : Prameya-News7 Bureau | October 10, 2021 IST

ଜଳେଶ୍ୱର ୧୦।୧୦: ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ । ଏବେ ଯାଏଁ ମୃତକ ପରିଚୟ ମିଳିପାରିନାହିଁ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ କୁଣ୍ଡପୁର ଛକ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ କୁଣ୍ଡପୁର ଛକ ନିକଟରେ ଜଣେ ଯୁବକଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଏହାପରେ ଯୁବକ ଜଣଙ୍କ ତଳେ ପଡିଯାଇଥିଲେ । କିନ୍ତୁ ତଳେ ପଡିବା ମାତ୍ର ଉଡିଯାଇଥିଲା ଯୁବକଙ୍କ ପ୍ରାଣବାୟୁ । ଏହା ଗାଡି ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ତେବେ ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.