ଗଛରେ ପିଟିହେଲା ବସ୍‌, ଗାଡ଼ିରେ ୩୦ କନ୍ୟାଯାତ୍ରୀ

Published By : Prameya-News7 Bureau | December 14, 2021 IST

ଗଜପତି ୧୪।୧୨: ଗଛରେ ପିଟିହେଲା ବସ୍‌ । ଏହି ଦୁର୍ଘଟଣାରେ ୪୦ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲା ରାୟଗଡ଼ା ଥାନା ସେବକପୁର ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଗଞ୍ଜାମ ଜିଲ୍ଲା ପୋଲସରା ନିକଟସ୍ଥ ରୁମଗୁଡା ଗ୍ରାମରୁ କନ୍ୟାଯାତ୍ରୀ ଆସି ଫେରୁଥିଲେ । ଠିକ୍‌ ଏହି ସମୟରେ ରାୟଗଡ ଥାନା ସେବକପୁର ନିକଟରେ କନ୍ୟାଯାତ୍ରୀ ବସ୍ ଭାରସାମ୍ୟ ବାଡେଇ ଗଛରେ ପିଟି ହୋଇଥିଲେ । ଏହାପରେ ବସ୍‌ଟି ଓଲଟିପଡିଥିଲା ।ଏହି ଘଟଣାରେ ୪୦ ଯାତ୍ରୀ ଆହତ ଅଛନ୍ତି। ତେବେ ଏବେ ଯାଏଁ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ।

ସେହିପରି ଆହତଙ୍କ ମଧ୍ୟରେ ୬ଜଣ ଗୁରୁତର ହୋଇଥିବା ବେଳେ ୫ଜଣ ଶିଶୁ ମଧ୍ୟ ରହିଛନ୍ତି । ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି । ଘଟଣାଟି ବିଳମ୍ବିତ ରାତିରେ ଘଟିଥିବାରୁ ପ୍ରଥମେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବସ୍ ଭିତରୁ ଲୋକଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତ ଆହତଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.